ଦେଖିନାହାନ୍ତି କି ଛୁଇଁ ନାହାନ୍ତି ! କିନ୍ତୁ ଦୁଷ୍କର୍ମ ମାମଲାରେ ପାଇଛନ୍ତି ୧୦ବର୍ଷ ସଜ୍ଜା । ଜାଣନ୍ତୁ କେଉଁଠି ?

495

ସେ ମହିଳାଙ୍କ ସହ କଥା ହୋଇନାହାନ୍ତି କି ଛୁଇଁ ବି ନାହାନ୍ତି, କିନ୍ତୁ ଦୁଷ୍କର୍ମ ଅଭିଯୋଗରେ ସଜ୍ଜା ଭୋଗୁଛନ୍ତି । ଏହା ବିଶ୍ୱାସ ନହେଲେ ବି ସତ । ତେବେ ଆପଣ ସତ କ’ଣ ଜାଣିବାକୁ ଚାହୁଁଛନ୍ତି କି ?

ଜଣେ ସ୍ୱିଡେନ ନାଗରିକ ‘ଅନଲାଇନ ରେପ’ ମାମଲାରେ ସେଠାକାର ସରକାରଙ୍କ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଅଭିଯୁକ୍ତ ଜଣକ ହେଲେ ସ୍ୱିଡେନର ୪୧ ବର୍ଷିୟ ଜର୍ନ ସାମଷ୍ଟ୍ରମ । ସେ ଅନଲାଇନ ରେପ ମାମଲାରେ ଦୋଷା ସାବ୍ୟସ୍ତ ହୋଇଛି । ତାଙ୍କୁ ୧୦ ବର୍ଷ ଦଣ୍ଡ ମଧ୍ୟ ଦିଆଯାଇଛି । ୨୦୧୫ରୁ ୨୦୧୭ ମଧ୍ୟରେ ସାମଷ୍ଟ୍ରମ ୨୬ ଜଣ ନାବାଳିକା ଓ ଜଣେ ନାବାଳକକୁ ଅନଲାଇନ ରେପ କରିଥିଲା । ଏହି ନାବାଳକ ଓ ନାବାଳିକାମାନେ ସମସ୍ତେ ବିଭିନ୍ନ ଦେଶର ।

ସେ ଏମାନଙ୍କ ଭିତରୁ କାହାରିକୁ ସାକ୍ଷାତ କରିନଥିଲେ । କିନ୍ତୁ ପର୍ଣ୍ଣ ସାଇଟ ଦେଖି ସେକସ କରିବା ପାଇଁ ବାଧ୍ୟ କରିଥିଲେ । ତା ସହ ସେ ପିଲାଙ୍କୁ ଧମକ ଦେଇ କହିଥିଲା ଯଦି ଏପରି ନକରନ୍ତି ତେବେ ତାଙ୍କ ପରିବାରକୁ କ୍ଷତି ହେବ ଓ ସେମାନଙ୍କ ଫଟୋ ବିଭିନ୍ନ ପର୍ଣ୍ଣ ସାଇଟରେ ଛାଡିଦେବେ ।

ସୌଜନ୍ୟ: ଆଜତକ