ଜାହାଜରୁ ଚାଲିଛି ତେଲ ବାହାର କରିବା ପ୍ରକ୍ରିୟା ! ଘଣ୍ଟାକୁ ବାହାରୁଛି ୨୨ ଶହ ଲିଟର

663

କନକ ବ୍ୟୁରୋ : ମାଲେସିଆ ଜାହାଜରୁ ଜାରି ରହିଛି ତେଲ କାଢିବା ପ୍ରକ୍ରିୟା । ଏ ପର୍ଯ୍ୟନ୍ତ ଜାହାଜରୁ ପ୍ରାୟ ୯ ହଜାର ଲିଟର ତେଲ ବାହାର କରାଗଲାଣି । ଘଂଟା ପିଛା ପାଖାପାଖି ୨୨ ଶହ ଲିଟର ତେଲ ନିଷ୍କାସନ କରାଯାଉଥିବା ଜଣାପଡିଛି । ତେବେ ରାଜହଂସର ଉପକୂଳରେ ଥିବା ବିଦେଶୀ ଜାହାଜ ପାଖକୁ ଭସାପୋଲ ଯୋଗେ ୪ଟି ବ୍ୟାରେଲ ପଠାଇ ତେଲ କଢାଯାଉଥିବାରୁ ଏହା ବିଳମ୍ବିତ ହେଉଛି ।

ଜାହାଜରୁ ପମ୍ପ ସହାୟତାରେ ତେଲ କଢା ଯାଇ ବ୍ୟାରେଲରେ ରଖାଯାଉଛି । ପ୍ରତି ବ୍ୟାରେଲର ତେଲ ଧାରଣ କ୍ଷମତା ୨ ହଜାର ଲିଟର ରହିଛି । ତେଲ ବାହାର କରିବା କାମରେ କୋଲକତାର ୭ ଜଣିଆ ବୈଷୟିକ ଦଳ ଓ ବାଲେଶ୍ୱରର ୧୨ ଜଣିଆ ଟିମ୍ ଲାଗିଛନ୍ତି । ଜାହାଜରେ ୩୦ ହଜାର ଲିଟର ତେଲ ଥିବା କୁହାଯାଉଛି ।