ରାଜପଥରେ ଗଡିଲା ଓଡ଼ିଶାର ପ୍ରଜ୍ଞାପନ ମେଢ଼ ! ଦେଖିବାକୁ ମିଳିଲା ଜଗନ୍ନାଥ ସଂସ୍କୃତିର ଝଲକ

46

ଦିଲ୍ଲୀର ରାଜପଥରେ ବିଭିନ୍ନ ରାଜ୍ୟର ପ୍ରଜ୍ଞାପନ ମେଢ଼ ପ୍ରଦର୍ଶନୀରେ ଆଜି ପ୍ରଥମେ ଦେଖିବାକୁ ମିଳିଥିଲା ଓଡ଼ିଶାର ପ୍ରଜ୍ଞାପନ ମେଢ଼ । ରାଜପଥରେ ଓଡ଼ିଶାର ସୁଦୃଶ୍ୟ ପ୍ରଜ୍ଞାପନ ମେଢ଼ ବେଶ ଆକର୍ଷଣୀୟ ହୋଇଥିଲା । ଜଗନ୍ନାଥ ସଂସ୍କୃତି ସହ ଗ୍ରାମ୍ୟ ଜୀବନକୁ ନେଇ ଏହି ପ୍ରଜ୍ଞାପନ ମେଢ ପ୍ରଦର୍ଶିତ ହୋଇଛି । ଏଥିରେ ଦୋଳ ମଣ୍ଡପ, ବିମାନରେ ଠାକୁରଙ୍କ ବୁଲା ଆଦି ଦୃଶ୍ୟ ରହିଥିଲା ।

ଏହାସହ ମେଢ ମଂଚରେ ଓଡିଶାର ପାରମ୍ପରିକ କିର୍ତନ ମଧ୍ୟ ପରିବେଷଣ କରାଯାଇଥିଲା । ଏହି ମେଢ଼ର ପ୍ରସ୍ତାବ ଦେଇଥିଲା ଓଡ଼ିଶା ସୂଚନା ଓ ଲୋକସଂପର୍କ ବିଭାଗ । ଯାହାକୁ ଅନୁମତି ଦେଇଥିଲା ପ୍ରତିରକ୍ଷା ବିଭାଗ । ଏହି ମେଢକୁ ଗଜେନ୍ଦ୍ର ସାହୁ, ଛତ୍ରପତି ବିଶ୍ୱାଳ ଓ ବଳଦେବ ମହାରଥା ପ୍ରସ୍ତୁତ କରିଥିଲେ ।