ଆହୁରୀ ୨ଦିନ ପ୍ରବଳ ଛେଚିବ: ୭ ଜିଲ୍ଲାକୁ ରେଡ୍ ଓ ୧୦ଟି ଜିଲ୍ଲାକୁ ଅରେଂଜ ୱାର୍ଣ୍ଣିଂ ଜାରି କଲା ଆଞ୍ଚଳିକ ପାଣିପାଗ ବିଭାଗ

1,490

କନକ ବ୍ୟୁରୋ: ଆସନ୍ତା ୪୮ ଘଂଟା ଯାଏଁ ରାଜ୍ୟରେ ଆହୁରି ବର୍ଷିବ । ପାଣିପାଗ ବିଭାଗ, ୭ଟି ଜିଲ୍ଲା ପାଇଁ ରେଡ୍ ୱାଣ୍ଣିଂ ଜାରି କରିଛି । ସୁନ୍ଦରଗଡ, ବଲାଙ୍ଗୀର, କଳାହାଣ୍ଡି, ବୌଦ୍ଧ, ସୋନପୁର, ନୂଆପଡା ଏବଂ ଝାରସୁଗୁଡାରେ ଅତିପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ସେହିପରି ୧୦ଟି ଜିଲ୍ଲା ପାଇଁ ଅରେଂଜ୍ ୱାର୍ଣ୍ଣିଂ ଜାରି କରାଯାଇଛି । କୋରାପୁଟ, ରାୟଗଡା, କନ୍ଧମାଳ, ନବରଙ୍ଗପୁର, ଅନୁଗୁଳ, ଦେବଗଡ, ସମ୍ବଲପୁର, କେଉଁଝର, ମୟୂରଭଂଜ ଓ ବରଗଡରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି ।

ତାଜା ସୂଚନା ଅନୁସାରେ, ବଲାଙ୍ଗିର, ବୌଦ୍ଧ, କଳାହାଣ୍ଡି, ସୋନପୁର, କନ୍ଧମାଳ ଜିଲ୍ଲାରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇଛି । କର୍ଲାମୁଣ୍ଡା ବ୍ଲକରେ ସର୍ବାଧିକ ୬୦୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ବର୍ଷା ଓ ସମ୍ଭାବ୍ୟ ବନ୍ୟା ନେଇ ସ୍ୱତନ୍ତ୍ର ରିଲିଫ କମିଶନର ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । ୭ ଜିଲ୍ଲାର ୧୯ଟି ବ୍ଲକ ଓ ୧୩୪ଟି ଗାଁ ପ୍ରଭାବିତ ହୋଇଛି । ସେହିପରି ୨ଟି ବ୍ଲକରେ ୪୦୦ରୁ ଅଧିକ ମିଲିମିଟର ବର୍ଷା, ୪ଟି ବ୍ଲକରେ ୩୦୦ରୁ୪୦୦ ମିଲିମିଟର ବର୍ଷା, ୪୦ଟି ବ୍ଲକରେ ୧୦୦ରୁ ୨୦୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ବଲାଙ୍ଗିରକୁ ଏନଡିଆରଏଫ ଟିମ ପଠାଇବାକୁ ନିଷ୍ପତି ହୋଇଥିବା ବେଳେ ୧୧୫ଟି ସ୍ଥାନରେ ବନ୍ୟା ପୀଡିତ ଲୋକଙ୍କୁ ମାଗଣାରେ ଖାଦ୍ୟ ଦିଆଯାଇଛି ।