ଓଡ଼ିଶା ଦେଖିଲା ଆଂଶିକ ଚନ୍ଦ୍ରଗ୍ରହଣ । ଭୂବନେଶ୍ୱରରେ ଦେଖାଗଲାନି ପୂର୍ଣ୍ଣଚନ୍ଦ୍ରଗ୍ରହଣ 

151

କନକ ବ୍ୟୁରୋ : ଭୁବନେଶ୍ୱର, ପୁରୀ, ମାଲକାନଗିରି ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଦୃଶ୍ୟମାନ ହୋଇଛି ଚନ୍ଦ୍ରଗ୍ରହଣ । ସନ୍ଧ୍ୟା ପ୍ରାୟ ୫ଟା ୫ ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ଦୃଶ୍ୟମାନ ହୋଇଥିଲା ଏହି ମହାଜାଗତିକ ଦୃଶ୍ୟ । ମୟୂରଭଞ୍ଜରେ ପ୍ରଥମେ ଦୃଶ୍ୟମାନ ହେବା ପରେ ଧିରେ ଧିରେ ଚନ୍ଦ୍ରଗ୍ରହଣ ରାଜ୍ୟର ଅନ୍ୟ ସ୍ଥାନରେ ଦୃଶ୍ୟମାନ ହୋଇଛି । ସନ୍ଧ୍ୟା ପ୍ରାୟ ୬ଟା ୧୯ ପରେ ଚନ୍ଦ୍ରଗ୍ରହଣ ଧିରେ ଧିରେ ଅପସରି ଯାଇଥିଲା । ଆଉ ଆକାଶରେ ସ୍ପଷ୍ଟ ଦୃଶ୍ୟମାନ ହୋଇଛି ପୂର୍ଣ୍ଣିମାର ଚନ୍ଦ୍ର ।

ଭୂବନେଶ୍ୱରରେ ଦେଖାଗଲାନି ପୂର୍ଣ୍ଣଚନ୍ଦ୍ରଗ୍ରହଣ 

ଭୁବନେଶ୍ୱରରେ ୫ଟା ୫ରେ ପୂର୍ଣ୍ଣଚନ୍ଦ୍ରଗ୍ରହଣ ହୋଇଥିଲେ ବି ଦେଖି ପାରିନାହାଁନ୍ତି ଭୁବନେଶ୍ୱରବାସୀ । ଦିଗବଳୟ ଓ ବାଦଲ ଢ଼ାଙ୍କି ଦେବାରୁ ପୂର୍ଣ୍ଣଚନ୍ଦ୍ରଗ୍ରହଣ ଦେଖାଯାଇନଥିବା କୁହାଯାଉଛି । ପଠାଣି ସାମନ୍ତ ପ୍ଳାନେଟୋରିୟମ ଉପନିର୍ଦ୍ଦେଶକଙ୍କ ସୂଚନା ଅନୁସାରେ ସନ୍ଧ୍ୟା ୫ଟା ୫ରୁ ୫ଟା ୧୧ପର୍ଯ୍ୟନ୍ତ ଭୁବନେଶ୍ୱର ଉପରେ ପୂର୍ଣ୍ଣଚନ୍ଦ୍ରଗ୍ରହଣ ରହିଥିଲା । ହେଲେ, ପ୍ରାୟ ସାଢ଼େ ୫ଟା ପରେ ଭୁବନେଶ୍ୱରରେ ଦୃଶ୍ୟମାନ ହୋଇଥିଲା ଚନ୍ଦ୍ରଗ୍ରହଣ । କିନ୍ତୁ ସେତବେଳକୁ, ପୂୁର୍ଣ୍ଣ ଚନ୍ଦ୍ରଗ୍ରହଣ ଅପସରି ଆଂଶିକ ଚନ୍ଦ୍ରଗ୍ରହଣରେ ପରିଣତ ହୋଇ ସାରିଥିଲା ।

ଗୌହାଟୀ, ପାଟଣା, ବାରଣାସୀ , ଅରୁଣାଚଳ ପ୍ରଦେଶର ଇଟ୍ଟାନଗରରେ ପ୍ରଥମ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବା ପରେ ଦେଶର ଅନ୍ୟ ସ୍ଥାନରେ ଦେଖାଯାଇଥିଲା ଏହି ମହାଜାଗତିକ ଦୃଶ୍ୟ  । ଏହାକୁ ଦେଖିବା ପାଇଁ ଲୋକମାନଙ୍କ ଭିତରେ ବେଶ ଉକ୍ରଣ୍ଠା ଦେଖିବାକୁ ମିଳିଥିଲା । ଦୂରବିକ୍ଷଣ ଯନ୍ତ୍ର ସହାୟତାରେ ଦେଶର ବିଭିନ୍ନ ସ୍ଥାନରେ ହଜାର ହଜାର ଲୋକ ଚନ୍ଦ୍ରଗ୍ରହଣ ଦେଖିଛନ୍ତି  ।

ବର୍ଷର ଶେଷ ଚନ୍ଦ୍ରଗ୍ରହଣକୁ ପରମ୍ପରା ଅନୁସାରେ ବିଭିନ୍ନ ସ୍ଥାନରେ ପାଳନ କରାଯାଇଛି । ପରମ୍ପରା ଅନୁସାରେ ଜମ୍ମୁ କାଶ୍ମୀରରେ ମହିଳମାନେ ଚନ୍ଦ୍ରଗ୍ରହଣ ସମୟରେ ଭଜନକୀର୍ତନ କରି ଉପାସନା କରିଛନ୍ତି । ବାରଣାସୀରେ ଗଂଗା ନଦୀରେ ବୁଡ ପକାଇ ଚନ୍ଦ୍ରଗ୍ରହଣ ଦେଖିଛନ୍ତି ହଜାର ହଜାର ଲୋକ ।