ଭାରତର ଷ୍ଟିଲ୍ ହବ୍ ହେବ ଓଡ଼ିଶା : ରାଜ୍ୟ ସରକାରଙ୍କ ସହଯୋଗରେ ରାଜ୍ୟର ବିକାଶ ଗାଡ଼ି ଗଡ଼ିବ ବୋଲି କହିଲେ କେନ୍ଦ୍ରମନ୍ତ୍ରୀ

307

କନକ ବ୍ୟୁରୋ : ଭାରତର ଷ୍ଟିଲ୍ ହବ୍ ହେବ ଓଡ଼ିଶା । କ୍ଷୁଦ୍ର ଓ କୂଟୀର ଶିଳ୍ପର ପୁନରୁଦ୍ଧାର କରାଯିବ । ଓଡ଼ିଶା ବିନା ଭାରତରେ ଷ୍ଟିଲ୍ ଇଣ୍ଡଷ୍ଟ୍ରିର କଳ୍ପନା କରିହେବ ନାହିଁ ।  ଭାରତ ପୃଥିବୀର ଦ୍ୱିତୀୟ ଷ୍ଟିଲ ଉତ୍ପାଦନକାରୀ ଦେଶ । ପୃଥିବୀର ଏକମାତ୍ର ଅଂଚଳ ଯେଉଁଠି ଷ୍ଟିଲସେକ୍ଟରେ ୬ରୁ ୮ ପ୍ରତିଶତ ଅଭିବୃଦ୍ଧି ହାର ରହିଛି ।  ତେଣୁ ସ୍ୱାଭାବିକ ଭାବେ ଏହାର ଲାଭ ଓଡ଼ିଶାକୁ ମିଳିବା ଆବଶ୍ୟକ ବୋଲି କହିଛନ୍ତି ଇସ୍ପାତ, ପେଟ୍ରୋଲିୟମ, ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡ଼ିଶା ସରକାରଙ୍କ ସହଯୋଗରେ ଓଡ଼ିଶାର ଯୁବକ ଓ ରାଜସ୍ୱ ପାଇଁ ତଥା ଭାରତ ବର୍ଷର ବିକାଶ ପାଇଁ ଓଡ଼ିଶାକୁ ଷ୍ଟିଲ୍ ମାନୁଫାକ୍ଚରିଂ ହବ୍ ତିଆରି କରିବା ପାଇଁ ଚେଷ୍ଟା କରାଯିବ ।

ଏହାବ୍ୟତୀତ ସେ କହିଛନ୍ତି ଦ୍ୱିତୀୟ ଥର ପାଇଁ ଭଗବାନ ଜଗନ୍ନାଥଙ୍କ ଆଶିର୍ବାଦରୁ ଦେଶରେ ଏକ ଲୋକ କଲ୍ୟାଣକାରୀ ସରକାର ପୁନର୍ବାର ଗଠନ ହୋଇପାରିଛି । ପୁଣି ଥରେ କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଜେପି ସରକାର ଗଢ଼ିଛି ।  ଅଭୁତପୂର୍ଣ୍ଣ ଜନ ଆଶିର୍ବାଦ ତଥା ଅଭୁତପୂର୍ବ ସଫଳତା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ସଫଳ ହୋଇଛି । ଆଗାମୀ ସମୟରେ ମନପ୍ରାଣ ଦେଇ ଦେଶ ହିତରେ କାମ କରିବା ପାଇଁ ଲାଗିବୁ ବୋଲି କହିଛନ୍ତି ।

ସୂଚନାଯୋଗ୍ୟ   ଜଗନ୍ନାଥଙ୍କ ଦର୍ଶନ କରିଛନ୍ତି ୨ ଓଡିଆ କେନ୍ଦ୍ର ମନ୍ତ୍ରୀ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପଧାନ ଓ ପ୍ରତାପ ଷଡଙ୍ଗୀ ପୁରୀ ଗସ୍ତରେ ଯାଇ ଜଗନ୍ନାଥଙ୍କ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି ।  କେନ୍ଦ୍ରରେ ମନ୍ତ୍ରୀ ଭାର ସମ୍ଭାଳିବା ପରେ ପ୍ରଥମ ଥର ଓଡିଶା ଗସ୍ତରେ ଆସିଛନ୍ତି ୨ ଓଡିଆ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ । ଆଜି ଦିଲ୍ଲୀରୁ ବିମାନ ଯୋଗେ ଭୁବନେଶ୍ୱରରେ ପହଞ୍ଚିବା ପରେ ୨ କେନ୍ଦ୍ରମନ୍ତ୍ରୀଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିଲେ ଦଳୀୟ କର୍ମୀ । ବିଜେପି କର୍ମୀ ବାଜା ବାଣ ପଟୁଆରରେ ସ୍ୱାଗତ କରିଥିଲେ କର୍ମୀମାନେ । ମୋଦି ସରକାର ଗଠନ ହେବା ପରେ ପ୍ରଥମ ଥର ପାଇଁ ଓଡିଶା ଆସିଛନ୍ତି ଇସ୍ପାତ, ପେଟ୍ରୋଲିୟମ, ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଏମଏସଏମଇ, ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ।