ସାରଙ୍କ ଦାବି ମାନିଲେ ସରକାର ! ଶିକ୍ଷା ସହାୟକଙ୍କ ଆନ୍ଦୋଳନ ପ୍ରତ୍ୟାହାର, ସପ୍ତମ ବେତନ କମିଶନ ସୁପାରିଶ ଅନୁଯାୟୀ ୨୫ପ୍ରତିଶତ ଦରମା ବୃଦ୍ଧି ସାଙ୍ଗକୁ ମୃତ୍ୟୁକାଳୀନ ସହାୟତା ରାଶି ୨ଲକ୍ଷକୁ ବୃଦ୍ଧି

50

କନକ ବ୍ୟୁରୋ: ଆନ୍ଦୋଳନରୁ ହଟିଲେ ଶିକ୍ଷା ସହାୟକ । ଶିକ୍ଷକଙ୍କ ୪ଟି ଦାବି ମାନି ନେଇଛନ୍ତି ସରକାର । ଏହାପରେ ଆନ୍ଦୋଳନ ପ୍ରତ୍ୟାହାର ନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର । ଆସନ୍ତାକାଲିଠାରୁ ଶିକ୍ଷା ସହାୟକଙ୍କୁ ବିଦ୍ୟାଳୟରେ ଯୋଗଦେବାକୁ ଅନୁରୋଧ କରିଛନ୍ତି ମନ୍ତ୍ରୀ । ଏଣିକି ଶିକ୍ଷା ସହାୟକଙ୍କୁ ଜୁନିୟର ଟିଚର ଭାବେ ଜଣାଯିବ । ସପ୍ତମ ବେତନ କମିଶନ ଅନୁସାରେ ଶିକ୍ଷା ସହାୟକଙ୍କ ଦରମା ୨୫ପ୍ରତିଶତ ବୃଦ୍ଧି କରିବା ପାଇଁ ରାଜି ହୋଇଛନ୍ତି ସରାକର । ସେହିପରି ମୃତ୍ୟୁକାଳୀନ ସହାୟତା ରାଶିକୁ ୨ଲକ୍ଷକୁ ବୃଦ୍ଧି କରିବା ଦାବିକୁ ବି ମାନିଛନ୍ତି ସରକାର ।

ଉଲ୍ଲେଖ ଥାଉ କି, ଶିକ୍ଷା ସହାୟକଙ୍କ ତରଫରୁ ଉପସ୍ଥାପନା କରାଯାଇଥିବା ୭ଟି ଦାବି ମଧ୍ୟରୁ ୪ଟି ଦାବି ମାନିଛନ୍ତି ସରକାର । ସପ୍ତମ ବେତନ କମିଶନ ସୁପାରିଶ ଅନୁସାରେ ଶିକ୍ଷା ସହାୟକ ମାନଙ୍କ ଦରମାର ୪୦ ପ୍ରତିଶତ ରାଜ୍ୟ ସରକାର ଦେବାକୁ ରାଜି ହୋଇଛନ୍ତି । ସେହିପରି, ଶିକ୍ଷା ସହାୟକଙ୍କ ନାଁ ପରିବର୍ତନ କରିବାକୁ ମଧ୍ୟ ଶିକ୍ଷା ବିଭାଗ ରାଜି ହୋଇଛି ।

ନିଯୁକ୍ତିର ପ୍ରଥମରୁ ତିନିବର୍ଷ ଯାଏଁ ଏମାନଙ୍କ ନାଁ ରହିବ ଜୁନିୟର ଟିଚର କଂଟ୍ରାକ୍ଟ । ତିନିବର୍ଷରୁ ୬ ବର୍ଷ ଯାଏଁ ଜୁନିୟର ଟିଚର ଓ ପରେ ରେଗୁଲାର ଟିଚର ଭାବେ କାମ କରିବେ ବୋଲି ସହମତି ହୋଇଛି । ଦରମା ବୃଦ୍ଧି, ଚାକିରି ନିୟମିତ କରିବା ଓ ଶିକ୍ଷା ସହାୟକ ନାମ ପରିବର୍ତନ ସହ ମୋଟ ସାତ ଦଫା ଦାବି ନେଇ ରାଜରସ୍ତାକୁ ଓହ୍ଲାଥିଲା ଶିକ୍ଷା ସହାୟକ ସଂଘ ।