ପ୍ରକାଶ ପାଇଲା ଓଡିଶା ସିଭିଲ୍ ସର୍ଭିସ ପରୀକ୍ଷା ଫଳ । ତେଜସ୍ୱିନୀ ବେହେରା ଟପ୍ପର । ଟପ୍-୧୦ ତାଲିକାରେ ୭ ଝିଅ ।

260

କନକ ବ୍ୟୁରୋ: ପ୍ରକାଶ ପାଇଲା ଓଡିଶା ସିଭିଲ୍ ସର୍ଭିସ ପରୀକ୍ଷା ଫଳ । ଶୁକ୍ରବାର ଓପିଏସସି ପକ୍ଷରୁ ୨୦୨୦ ବର୍ଷର ସିଭିଲ୍ ସର୍ଭିସ ପରୀକ୍ଷା ଫଳ ପ୍ରକାଶ ପାଇଛି । ତେଜସ୍ୱିନୀ ବେହେରା ଓପିଏସସି ପରୀକ୍ଷାରେ ଟପ୍ପର ହୋଇଥିବାବେଳେ, ଟପ୍ -୩ ରାଙ୍କରେ ଝିଅ ମାନେ ହିଁ ଅଛନ୍ତି । ତେବେ ଟପ୍-୧୦ ତାଲିକାରେ ୭ ଜଣ ଝିଅ ଥିବାବେଳେ, ୩ ଜଣ ପୁଅ ଟପ୍-୧୦ ରାଙ୍କରେ ରହିଛନ୍ତି । ଓପିଏସସି ପରୀକ୍ଷାରେ ମୋଟ ୩୯୨ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ତେବେ କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀଙ୍କ ଲିଷ୍ଟ ଓପିଏସସି ଅଫିସିଆଲ୍ ୱେବସାଇଟରେ ଉପଲବ୍ଧ ହେବ । ପରୀକ୍ଷାର୍ଥୀମାନେ ଏହି ୱେବସାଇଟକୁ ଯାଇ ନିଜର ରେଜଲ୍ଟ ଚେକ୍ କରିପାରିବେ ।