ହାଜତ ମୃତ୍ୟୁ: ତଥ୍ୟ ସହ ୯ ବର୍ଷର ହିସାବ ଦେଲେ ମନ୍ତ୍ରୀ ତୁଷାରକାନ୍ତି ବେହେରା ।

101

କନକ ବ୍ୟୁରୋ: ୯ ବର୍ଷରେ ଥାନା ବା ପୋଲିସ ହେପାଜତରେ ଯାଇଛି ୫୧ ଜଣ ଅଭିଯୁକ୍ତ ଜୀବନ । ହାଜତ ଓ ଜେଲରେ କଏଦୀଙ୍କ ମୃତ୍ୟୁ ନେଇ ବିଧାନସଭାରେ ପ୍ରଶ୍ନ କଲେ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । ରାଜ୍ୟର ବିଭିନ୍ନ ଥାନା ଓ ଜେଲରେ କେତେ ଅଭିଯୁକ୍ତଙ୍କ ମୃତ୍ୟୁ ହୋଇଛି ଏବଂ ପୋଲିସ ଅତ୍ୟାଚାର ବିରୋଧରେ କେତୋଟି ମାମଲା ରୁଜୁ ହୋଇଥିବା ନେଇ ପ୍ରଶ୍ନ କଲେ ବିଜେଡି ବିଧାୟକ ।

ଏହାର ଉତ୍ତରରେ ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି ଯେ, ପୋଲିସ ଅତ୍ୟାଚାର ବିରୁଦ୍ଧରେ ରୁଜୁ ହୋଇଥିବା ମାମଲା ଏବଂ ସେଥିମଧ୍ୟରୁ କେତୋଟି ମାମଲା କୋର୍ଟ ତଥା ଜାତୀୟ ମାନବାଧିକାର କମିଶନଙ୍କ ଦ୍ୱାରା କ୍ଷତିପୂରଣ ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି । ସେ ସମ୍ପର୍କିତ ତଥ୍ୟ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କଠାରୁ ସଂଗ୍ରହ କରାଯାଉଛି । କିନ୍ତୁ ୨୦୧୩ରୁ ୨୦୨୨ ପର୍ଯ୍ୟନ୍ତ ଥାନା ବା ପୋଲିସ ହେପାଜତରେ ୫୧ ଜଣ ଅଭିଯୁକ୍ତଙ୍କ ମୃତ୍ୟୁ ହୋଇଛି ।