ବନ ବିଭାଗ ଦ୍ୱାରା ୫୨ ଜୀବନ୍ତ କଇଁଛ ଉଦ୍ଧାର, ୨ ଜଣ ଅଟକ

108

କନକ ବ୍ୟୁରୋ : ବନ ବିଭାଗ ଦ୍ୱାରା ୫୨ ଜୀବନ୍ତ କଇଁଛ ଉଦ୍ଧାର । ନବରଙ୍ଗପୁର ଜିଲ୍ଲା ଉମରକୋଟ ବନ ବିଭାଗ ଦ୍ୱାରା ୫୨ ଜୀବନ୍ତ କଇଁଛ ଜବତ ହୋଇଛି । ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖିଛି ପୋଲିସ । ସୂଚନା ଅନୁସାରେ ରାଇଘର ବ୍ଲକ ଅଧିନ କୁମୁଲି ଗାଁର ଦୁଇ ଜଣ ବ୍ୟକ୍ତି ରୁହିଦାସ ବନିକ,ପରମାନନ୍ଦ ବାଓଲି ନିକଟସ୍ଥ ସରଗୁଲି ଗାଁକୁ ୫୨ଟି କଇଁଛ ନେଇ ବିକ୍ରି ପାଇଁ ଯାଉଥିଲେ ।

ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଉମରକୋଟ ବନ ବିଭାଗର ଏକ ଟିମ୍ ସେହି ସ୍ଥାନରେ ପହଂଚି କଇଁଛ ଜବତ କରି ଦୁଇ ଜଣ ଅଭିଯୁକ୍ତଙ୍କୁ ଉମରକୋଟ ସ୍ଥିତ ବନ ବିଭାଗ କାର୍ଯ୍ୟାଳୟ ରେ ଅଟକ ରଖିଛି । ଘଟଣା ନେଇ ଜିଲ୍ଲା ବନ ବିଭାଗ ଅଧିକାରୀଙ୍କୁ ଅବଗତ କରାଯାଇଛି । ଜିଲା ଅଧିକାରୀଙ୍କ ନିର୍ଦ୍ଦେଶ ପରେ ଜୀବନ୍ତ କଇଁଛ ଗୁଡିକୁ କୌଣସି ଏକ ସ୍ଥିର ଜଳାଶୟରେ ଛଡ଼ାଯିବ । ଆଇନ ଅନୁଯାଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଉମରକୋଟ ରେଂଜର ପୂର୍ଣ୍ଣ ଚନ୍ଦ୍ର ନାୟକ ସୂଚନା ଦେଇଛନ୍ତି ।