ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା । ତଥାପି କମୁନି ତାତି, ବହୁଛି ଝାଞ୍ଜି । ୪୩.୮ ଡିଗ୍ରୀ ସହ ଭୁବନେଶ୍ୱର ଉତ୍ତପ୍ତ ସହର ।

164

କନକ ବ୍ୟୁରୋ: ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ହାଲକା ଓ ମଧ୍ୟମ ଧରଣର ବର୍ଷା ହୋଇଥିଲେ ମଧ୍ୟ ତଥାପି ଖରା କରିଛି କଲବଲ । ଅସହ୍ୟ ତାତିରୁ ତ୍ରାହି ମିଳିନି । ଆର୍ଦ୍ର ପାଣିପାଗ ଯୋଗୁଁ ଗରମ ଓ ଗୁଳୁଗୁଳିରେ ସନ୍ତୁଳି ହୋଇଛନ୍ତି ରାଜ୍ୟବାସୀ । ଖାଲି ସେତିକି ନୁହେଁ ଝାଞ୍ଜିପବନ ମାଡରେ ଅସ୍ତବ୍ୟସ୍ତ ବି ଜନଜୀବନ ।

ତେବେ କିଛି ସ୍ଥାନରେ ତାପମାତ୍ରା କମିଥିଲେ ମଧ୍ୟ ଆଜି ଚଳିତ ବର୍ଷର ୪୩. ୮ ଡିଗ୍ରୀ ସହ ସର୍ବାଧିକ ତାପମାତ୍ରା ଭୁବନେଶ୍ୱରରେ ରେକର୍ଡ କରାଯାଇଛି । ସେହିପରି ୧୭ ସହରରେ ଦିନ ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ରହିଛି ।

ଭୁବନେଶ୍ୱର: ୪୩.୮ ଡିଗ୍ରୀ, ବାଲେଶ୍ୱର: ୪୦.୭ ଡିଗ୍ରୀ, ଚାନ୍ଦବାଲି: ୪୦.୪ ଡିଗ୍ରୀ, କେନ୍ଦୁଝର: ୩୮ ଡିଗ୍ରୀ, ଗୋପାଳପୁର: ୩୭ ଡିଗ୍ରୀ, ସମ୍ବଲପୁର: ୩୬.୬ ଡିଗ୍ରୀ , ଝାରସୁଗୁଡା: ୩୬.୨ ଡିଗ୍ରୀ, ପାରାଦ୍ୱୀପ : ୩୫.୪ ଡିଗ୍ରୀ, ପୁରୀ: ୩୫ ଡିଗ୍ରୀ, ହୀରାକୁଦ: ୩୪.୮ ଡିଗ୍ରୀ, ରାଉରକେଲା: ୩୪.୪ ଡିଗ୍ରୀ ରେକର୍ଡ କରାଯାଇଛି ।