ରାଜ୍ୟରେ ବଢୁଛି କରୋନା ସଂକ୍ରମଣ । ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଲେ, ହସ୍ପିଟାଲରେ ଅଛନ୍ତି ୧% ରୋଗୀ

82

କନକ ବ୍ୟୁରୋ : ଆଜି ବି ରାଜ୍ୟରେ ୫ଶହ ଉପରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତକାଲି ତୁଳନାରେ ରାଜ୍ୟରେ ସାମାନ୍ୟ କମିଛି ଦୈନିକ ସଂକ୍ରମଣ । ୨୪ ଘଣ୍ଟାରେ ୫୦୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୨୯୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମିତ ୨୧୦ ଅଛନ୍ତି । ଚିନ୍ତା ବଢ଼ାଉଛି ଖୋର୍ଦ୍ଧା, କଟକ ସଂକ୍ରମଣ ।

ଆଜି ଖୋର୍ଦ୍ଧାରୁ ୨୦୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୧୧୦ ଜଣ ଅଛନ୍ତି । ରାଜ୍ୟରେ ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ପୁଣି ଥରେ ମାସ୍କ ପିନ୍ଧିବା ନେଇ ଜାରି ହୋଇଛି ନିର୍ଦ୍ଦେଶାବଳୀ । ତେବେ ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା ବଢୁନାହିଁ । ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ୧ ପ୍ରତିଶତ ରୋଗୀ ଡାକ୍ତରଖାନାକୁ ଯାଉଛନ୍ତି । ପ୍ରଥମ ଓ ଦ୍ୱିତୀୟ ଲହର ତୁଳନାରେ ସଂକ୍ରମଣ କମ୍ ଥିବାରୁ ଖୁବ୍ ଶୀଘ୍ର ତଳମୁହାଁ ହେବ କରୋନା ମିଟର ।

– କରୋନା ବଢୁଥିଲେ ବି ଗୁରୁତର ହେଉନାହାନ୍ତି ରୋଗୀ
– ଗତକାଲି ଅପେକ୍ଷା ସାମନ୍ୟ କମିଛି ଦୈନିକ ସଂକ୍ରମଣ
– ୨୪ ଘଂଟାରେ ରାଜ୍ୟରେ ୫୦୯ କରୋନା ଆକ୍ରାନ୍ତ
– ୪ ଜିଲ୍ଲାରେ ଟିପିଆର ୮ ପ୍ରତିଶତ ଉପରେ
– ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ତିନି ହଜାର ଟପିଛି
– ହେଲେ ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା ଖୁବ୍ କମ୍
– ମାତ୍ର ୧ ପ୍ରତିଶତ ରୋଗୀ ଡାକ୍ତରଖାନାରେ ଅଛନ୍ତି
– ୩ ହଜାର ସକ୍ରିୟ ଆକ୍ରାନ୍ତଙ୍କ ଭିତରୁ ୩୧ ପ୍ରତିଶତ ହସ୍ପିଟାଲରେ
– ଅଧିକାଂଶ ରୋଗୀଙ୍କ ଠାରେ ଦେଖରାଯାଉନାହିଁ ଲକ୍ଷଣ
– ବୟସ୍କ ଲୋକ ଓ କୋମର୍ବିଡିଟି ଥିବା ରୋଗୀ ଡାକ୍ତରଖାନାରେ ଅଛନ୍ତି
– ସାରା ଦେଶରେ କେବଳ ସହରାଂଚଳରେ ସକ୍ରମଣ ବଢୁଛି
– ଟିପିଆର ଅନୁସାରେ କଟକ, ପୁରୀ ଓ ଖୋର୍ଦ୍ଧା ସହରାଂଚଳରେ ସକ୍ରମଣ ଅଧିକ

ଓଡ଼ିଶା କରୋନା ମିଟର

ଜୁଲାଇ ୧୨ ୫୦୯
ଜୁଲାଇ ୧୧ ୫୭୨
ଜୁଲାଇ ୧୦ ୫୭୬
ଜୁଲାଇ ୯ ୫୧୨
ଜୁଲାଇ ୬ ୪୦୧

ହସ୍ପିଟାଲରେ ରୋଗୀ ତଥ୍ୟ

ସାଧାରଣ ବେଡ୍ (ବୟସ୍କ) ୦୬
ସାଧାରଣ ବେଡ୍ (ଶିଶୁ) ୦୦
ଆଇସିୟୁ ବେଡ୍ (ବୟସ୍କ) ୨୫
ଆଇସିୟୁ ବେଡ୍ (ଶିଶୁ) ୦୦
ଭେଂଟିଲେଟର (ବୟସ୍କ) ୦୫