ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇର ବଡ ବୟାନ । ସଲମାନ ଖାନଙ୍କୁ ହତ୍ୟା କରିବାକୁ କିଣିଥିଲା ୪ ଲକ୍ଷ ଟଙ୍କାର ବନ୍ଧୁକ

411

କନକ ବ୍ୟୁରୋ : ସଲମାନ ଖାନଙ୍କୁ ହତ୍ୟା କରିଥାନ୍ତା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କ ଗ୍ୟାଙ୍ଗ । ଏନେଇ ଲରେନ୍ସ ୪ ଲକ୍ଷ ଟଙ୍କା ବିନିମୟରେ ଏକ ବନ୍ଧୁକ କିଣିଥିବା କଥା ପୋଲିସ ଆଗରେ ସ୍ୱୀକାର କରିଛି । ଲରେନ୍ସଙ୍କ କହିବା ମୁତାବକ ୨୦୧୮ ମସିହାରେ ସେ ସଲମାନ ଖାନଙ୍କୁ ହତ୍ୟା କରିବାକୁ ସମ୍ପୂର୍ଣ୍ଣ ଯୋଜନା ପ୍ରସ୍ତୁତ କରିଥିଲା । ଏନେଇ ସେ ଏକ ସ୍ୱତନ୍ତ୍ର ବନ୍ଧୁକ ବି କିଣିଥିବା କଥା ପୋଲିସ ଆଗରେ କହିଛି । ଏନେଇ ତାକୁ ୪ ଲକ୍ଷ ଟଙ୍କା ଦେବାକୁ ପଡିଥିଲା ।

କହିରଖୁ କି ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ପରେ ପୋଲିସ ହେପାଜତରେ ରହିଛି ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ । ଏହାପୂର୍ବରୁ ସେ ଦିଲ୍ଳୀ ପୋଲିସ ତାକୁ ପଚରା ଉଚରା କରିଥିଲା । ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ସେଲ ତରଫରୁ ଏକ ଜାତୀୟ ଗଣମାଧ୍ୟମକୁ ମିଳିଥିବା ସୂଚନା ମୁତାବକ ଲରେନ୍ସ ସଲମାନ ଖାନଙ୍କୁ ହତ୍ୟା କରିବା ପାଇଁ କାହିଁକି ଯୋଜନା କରିଥିଲା ତାହା ମଧ୍ୟ କହିଛି । ଲରେନ୍ସ କହିବା ମୁତାବକ କଳା ହରୀଣ ହତ୍ୟା ପରେ ସେ ସଲମାନଙ୍କ ଉପରେ ରାଗିଥିଲେ । କାରଣ ହରିଆଣା, ରାଜସ୍ଥାନ ଓ ପଞ୍ଜାବରେ ଥିବା ବିଷ୍ଣୋଇ ଗ୍ୟାଙ୍ଗର ଲୋକମାନେ କଳା ହରୀଣକୁ ଖୁବ ଭଲ ପାଉଥିଲେ ।

ପୋଲିସର ପଚରା ଉଚରା ବେଳେ ଲରେନ୍ସ କହିଛି କି ଏହି କାରଣରୁ ସେ ସଲମାନଙ୍କୁ ହତ୍ୟା କରିବାକୁ ଯୋଜାନ କରିଥିଲା । ଏନେଇ ସେ ରାଜଗଡରେ ରହୁଥିବା ସମ୍ପତ ନେହରାଙ୍କୁ ମେସେଜ ପଠାଇଥିଲା । ହେଲେ ନେହରାଙ୍କ ପାଖରେ କେବଳ ଗୋଟିଏ ରାଇଫଲ ଥିଲା, ଯାହା କି ଦୂରରୁ ଟାର୍ଗେଟ କରିବା ସମ୍ଭବ ନଥିଲା । ଏଣୁ ଦରରୂ ସଲମାନଙ୍କୁ ହତ୍ୟା କରିବା ପାଇଁ ଲରେନ୍ସ ୪ ଲକ୍ଷ ଟଙ୍କା ବିନିମୟରେ ଏକ ସ୍ୱତନ୍ତ୍ର ବନ୍ଧୁକ କିଣିଥିଲା ।