ଡରାଇଲାଣି ଡିଫ୍ ଫେକ୍ ଭିଡିଓ । ରାଜା ସ୍ୱାଇଁଙ୍କ ଫେସବୁକ୍ ପୋଷ୍ଟ ବଢ଼ାଇଲା ଚର୍ଚ୍ଚା । ପୁରୁଣା ଫଟୋକୁ ନକଲି କରି ଭାଇରାଲ କରାଯାଇଥିବା ଅଭିଯୋଗ ।

364

କନକବ୍ୟୁରୋ : ବିଜେଡି ବିଧାୟକ ପ୍ରାର୍ଥୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ସୋସିଆଲ ମିଡ଼ିଆ ପୋଷ୍ଟକୁ ନେଇ ଚର୍ଚ୍ଚା । ରାଜା ସ୍ୱାଇଁ, ଯେଉଁ ଫଟୋଟି ପୋଷ୍ଟ କରିଛନ୍ତି, ତାହା ଡିପ୍ଫେକ୍ ଶ୍ରେଣୀୟ ବୋଲି ଅଭିଯୋଗ ହୋଇଛି । ଏକ ପୁରୁଣା ଫଟୋକୁ ଏଡିଟ୍ କରି ଏହି ନକଲି ଫଟୋ ପ୍ରସ୍ତୁତ କରାଯାଉଥିବା ରାଜା ସ୍ୱାଇଁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଏହି ଫଟୋରେ ବିଜେଡି ନେତା ଭି.କେ ପାଣ୍ଡିଆନ୍, ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ମୁଣ୍ଡ ଉପରେ ହାତ ରଖି ଆଶୀର୍ବାଦ କରୁଥିବା ଦେଖିବାକୁ ମିଳିଛି ।

ତେବେ ପ୍ରକୃତ ଫଟୋଟି ହେଉଛି ପୁରୁଣା ଚିତ୍ର । ଯେଉଁଥିରେ ଦିବଙ୍ଗତ ନେତା ଦାମୋଦର ରାଉତ ଥିଲେ । କିନ୍ତୁ ଫେକ୍ ଫଟୋରେ ଦାମ ରାଉତଙ୍କ ଫଟୋ ବଦଳରେ ପାଣ୍ଡିଆନଙ୍କ ଫଟୋ ରଖି, ଭାଇରାଲ କରାଯାଉଛି । ଫେକ୍ ଫଟୋକୁ ସାମ୍ନାକୁ ଆଣିବା ସହ ଫଟୋ ଭାଇରାଲ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ରାଜା ସ୍ୱାଇଁ । ସେହିପରି ଫରୱାର୍ଡ କରିବା ପୂର୍ବରୁ ଏହାର ଉତ୍ସକୁ ଯାଂଚ କରିବାକୁ ପରାମର୍ଶ ଦେଇଛନ୍ତି ।

ନିର୍ବାଚନ ପୂର୍ବରୁ ଡିପଫେକ୍ ଭିଡିଓ ଓ ଫଟୋକୁ ନେଇ ଅନେକ ପ୍ରଶାସନିକ ପ୍ରସ୍ତୁତିି କରାଯାଇଥିଲା । ଏମିତି କି ଅଧିକାରୀଙ୍କୁ ତାଲିମ୍ ଦିଆଯାଇ ସଚେତନ କରାଯାଉଥିଲା । ହେଲେ ଠିକ୍ ନିର୍ବାଚନ ଚାଲିଥିବା ସମୟରେ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଭଳି ଜଣେ ନେତାଙ୍କ ଫଟୋକୁ ନେଇ ଏଭଳି ଢଙ୍ଗରେ ଭାଇରାଲ କରାଯାଉଥିବା ଦେଖିବାକୁ ମିଳିଛି ।