ଓଡିଶାରେ ବଢ଼ୁଛି ମୁଣ୍ଡ ପିଛା ରୁଣର ପରିମାଣ । ରାଜ୍ୟସଭାରେ କେନ୍ଦ୍ର ସରକାରଙ୍କ ସୂଚନା, ରାଜ୍ୟର ପ୍ରତ୍ୟକଙ୍କ ମୁଣ୍ଡରେ ୩୪ ହଜାର ୨୫୯ ଟଙ୍କାର ରୁଣ ବୋଝ

2,956

କନକ ବ୍ୟୁରୋ : ରାଜ୍ୟରେ ବଢ଼ୁଛି ମୁଣ୍ଡପିଛା ରୁଣର ପରିମାଣ । ରାଜ୍ୟ ସଭାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଓଡିଶାରେ ମୁଣ୍ଡପିଛା ରୁଣର ପରିମାଣ ୩୪ ହଜାର ୨୫୯ଟଙ୍କା ରହିଛି । ଓଡିଶାର ରୁଣ ସହ ବକେୟା ଦେୟ ପରିମାଣ ୧କୋଟି ୪୩ଲକ୍ଷ କୋଟି ଟଙ୍କାରେ ପହଁଚିଛି । କେଉଁ ରାଜ୍ୟ ବା କେନ୍ଦ୍ରଶାସିତ ଅଂଚଳ କେତେ ରୁଣ କରିଛନ୍ତି, କେଉଁ ରାଜ୍ୟ ବା କେନ୍ଦ୍ରଶାସିତ ଅଂଚଳରେ ମୁଣ୍ଡ ପିଛା କେତେ ରୁଣ ରହିଛି, ସେନେଇ ଏକ ଅଣତାରକା ପ୍ରଶ୍ନର ଉତରରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ସରକାର ।

ଦିଲ୍ଳୀରେ ସବୁଠାରୁ ମୁଣ୍ଡ ପିଛା ରୁଣ ପରିମାଣ କମ୍ ରହିଛି । ଦିଲ୍ଲୀରେ ମୁଣ୍ଡ ପିଛା ରୁଣ ପରିମାଣ ମାତ୍ର ୨ହଜାର ୧୬୩ଟଙ୍କା ରହିଛି । ମୁଣ୍ଡପିଛା ବିହାରରେ ୧୮ହଜାର ୫୯୧ଟଙ୍କା, ଝାଡଖଣ୍ଡରେ ୨୮ହଜାର ୬୪୮ ଟଙ୍କା , ଆସାମରେ ୩୩ ହଜାର ୬୬୮ ଟଙ୍କା ରହିଛି । ଗୋଆରେ ମୁଣ୍ଡପିଛା ରୁଣ ସର୍ବାଧିକ ୧ଲକ୍ଷ ୫୫ହଜାର ଟଙ୍କା ରହିଛି ।