କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ କଡା ତାଗିଦ୍ ! ଏଣିକି ମିଟିଂରେ ଆଉ ମିଳିବନି ବିସ୍କୁଟ୍, ଡ୍ରାଏ ଫ୍ରୁଟ୍ସ ଓ ସ୍ନାକ୍ସ ପରସିବାକୁ ଜାରି ହେଲା ସର୍କୁଲାର ।

327

କନକ ବ୍ୟୁରୋ : କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ କଡା ତାଗିଦ୍ । ଏଣିକି ସ୍ୱାସ୍ଥ୍ୟ ମନ୍ତ୍ରାଳୟ କ୍ୟାଂଟିନରେ ମିଳିବ ନାହିଁ ବିସ୍କୁଟ୍ । ଏପରିକି ସ୍ୱାସ୍ଥ୍ୟ ମନ୍ତ୍ରାଳୟର କୌଣସି ବୈଠକରେ, ଟିଫିନରେ ବିସ୍କୁଟ ପରସା ଯିବ ନାହିଁ ବୋଲି ବିଭାଗୀୟ ମନ୍ତ୍ରୀ ତାଗିଦ କରିଛନ୍ତି । ଏ ସଂପର୍କିତ ସର୍କୁଲାର ଜାରି କରି ବାସ୍କୁଟକୁ ବ୍ୟାନ୍ କରାଯାଇଛି । ମନ୍ତ୍ରାଳୟର ବୈଠକ ଗୁଡିକରେ ବିସ୍କୁଟ ଯାଗାରେ ଡ୍ରାଏ ଫ୍ରୁଟ୍ସ ଓ ଅନ୍ୟାନ୍ୟ ସ୍ନାକ୍ସ ପରସିବାକୁ ସର୍କୁଲାରରେ କୁହାଯାଇଛି । ଜଣେ ପେଷାଗତ ଡାକ୍ତର ହୋଇଥିବାରୁ, ବିସ୍କୁଟ୍ ସ୍ୱାସ୍ଥ୍ୟପ୍ରତି ହାନିକାରକ ହୋଇଥିବା ଉପଲବ୍ଧି କରି ଏଭଳି ସର୍କୁଲାର ଜାରି କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ଟର ହର୍ଷବର୍ଦ୍ଧନ ।

ତେବେ ବିସ୍କୁଟ ଯାଗାରେ ଚିନା ବାଦାମ୍, କାଜୁ ବାଦାମ୍, ପେସ୍ତା ବାଦାମ୍ କିମ୍ବା ଅନ୍ୟାନ୍ୟ ଡ୍ରାଏ ଫ୍ରୁଟ୍ସ ଆଦି ଚା’ ସହିତ ପରସିବା ପାଇଁ କୁହାଯାଇଛି । ଏଗୁଡିକ ସ୍ୱାସ୍ଥ୍ୟ ପ୍ରତି ଉପକାରୀ । ଏଥିରେ ଥିବା ଭିଟାମିନ୍, ଫ୍ୟାଟ୍, ଫାଇବର ଓ ମିନେରାଲ୍ସ ମଧ୍ୟ ସ୍ୱାସ୍ଥ୍ୟକର । ତେବେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଏହି ନିଷ୍ପତିକୁ ପସନ୍ଦ କରିଛନ୍ତି ବିଭାଗୀୟ ଅଧିକାରୀ ଓ କର୍ମଚାରୀ । ପୂର୍ବରୁ ମଧ୍ୟ ମନ୍ତ୍ରାଳୟରେ ପ୍ଲାଷ୍ଟିକ ବୋତଲରେ ପାଣି ପରସିବାକୁ ବାରଣ କରିଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ । ସେବେଠାରୁ କାଚ ଗ୍ଲାସ୍ ଓ ଡିସ୍ପୋଜେବଲ ପେପର ଗ୍ଲାସରେ ପାଣି ଦିଆଯାଉଛି । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଏଭଲି ନିଷ୍ପତି ପରେ ଅନ୍ୟାନ୍ୟ ମନ୍ତ୍ରାଳୟ ମଧ୍ୟ ଏଭଳି ନିଷ୍ପତି କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।