କେନ୍ଦ୍ରାପଡାରେ ଅମାନବୀୟ ଘଟଣା । ରାତିି ଅଧରେ ଘରେ ପଶି ସ୍ୱାମୀଙ୍କୁ ମାଡ ମାରିଲେ, ସ୍ତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ କଲେ ଡକାୟତ ।

442

କନକ ବ୍ୟୁରୋ : କେନ୍ଦ୍ରାପଡ଼ାରେ ଅଭାବନୀୟ ଘଟଣା । ଘରେ ପଶି ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କଲେ ଡକାୟତ । କେନ୍ଦ୍ରାପଡାର ନିକିରାଇ ଅଞ୍ଚଳରୁ ଏଭଳି ଅମାନବୀୟ ଘଟଣା ସାମ୍ନାକୁ ଆସିଛି । ସ୍ୱାମୀଙ୍କୁ ମାଡ ମାରି ସ୍ତ୍ରୀକୁ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି ।

ମିଳିଥିବା ସୂଚନା ମୁତାବକ, କେନ୍ଦ୍ରାପଡା ନିକିରାଇ ଅଞ୍ଚଳର ପୋଇପାଟ ଗାଁରେ ଗତକାଲି ରାତିରେ ୩ ଡକାୟତ ପହଞ୍ଚିଥିଲେ । ପରେ ଅଭିଯୋଗକାରିଣୀ ମହିଳାଙ୍କ ଘର କବାଟ ବାଡେଇ ପାଣି ମାଗିଥିଲେ । ମହିଳାଙ୍କ ସ୍ୱାମୀ କବାଟ ଖୋଲିବା ପରେ ଘର ମଧ୍ୟକୁ ଧସେଇ ପଶିଥିଲେ ଡକାୟତ । ବିନା କାରଣରେ ସ୍ୱାମୀଙ୍କୁ ନିର୍ଦ୍ଧୁମ ମାଡ ମାରିବା ସହ ସ୍ତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲେ ୩ ଡକାୟତ ।

ଏହାକୁ ବିରୋଧ କରିବାକୁ ସ୍ୱାମୀ ଓ ଦୁଇ ପିଲାଙ୍କୁ ମାଡ ମାରିଥିଲେ ଦୁବୃର୍ତ୍ତ । କୌଶଳକ୍ରମେ ସ୍ୱାମୀ ଘର ବାହାରକୁ ଆସି ଗ୍ରାମବାସୀଙ୍କୁ ଏ ବାବଦରେ ଖବର ଦେବା ପରେ ଦୁବୃର୍ତ୍ତ ମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ତେବେ ଯିବା ପୂର୍ବରୁ ସ୍ତ୍ରୀ ଓ ପିଲାଙ୍କୁ ପ୍ରବଳ ମାଡ ମାରିଥିଲେ ଡକାୟତ । ସ୍ୱାମୀ,ସ୍ତ୍ରୀ ଓ ଦୁଇ ପିଲା ଏବେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସ୍ତ୍ରୀ ଓ ସ୍ୱାମୀଙ୍କୁ ଦୁବୃର୍ତ୍ତ ମାଡମାରି କ୍ଷତାକ୍ତ କରିଥିବା ବେଳେ ଦୁଇ ପିଲାଙ୍କ ଅବସ୍ଥା ମଧ୍ୟ ଗୁରୁତର ରହିଛି । ତେବେ ଏନେଇ ଥାନାରେ ଏଯାଏଁ ଏତଲା ଦାୟର କରାଯାଇନାହିଁ ।