ପ୍ରତିରକ୍ଷା ଦାୟିତ୍ୱ ଗ୍ରହଣ କଲେ ଦେଶର ଦ୍ୱିତୀୟ ମହିଳା ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ : କହିଲେ, ପ୍ରତିରକ୍ଷା ସାମଗ୍ରୀ କିଣିବାରେ ଭାରତ ଆଗରେ

23

କନକ ବ୍ୟୁରୋ : ପ୍ରତିରକ୍ଷା ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ନିର୍ମଳା ସୀତାରମଣ । ଦାୟିତ୍ୱ ଗ୍ରହଣ କରିବା ପରେ ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି, ପ୍ରତିରକ୍ଷା ସାମଗ୍ରୀ କିଣିବାରେ ଭାରତ ବିଶ୍ୱରେ ସବୁଠୁ ଆଗରେ ରହିଛି । ଇନ୍ଦିରା ଗାନ୍ଧୀଙ୍କ ପରେ ଦେଶର ଦ୍ୱିତୀୟ ମହିଳା ଭାବେ ପ୍ରତିରକ୍ଷା ବିଭାଗ ପରି ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ବହନ କରିଛନ୍ତି ।

ଗତ କିଛି ଦିନ ତଳେ ମୋଦିଙ୍କ କ୍ୟାବିନେଟ ଅଦଳବଦଳରେ ନିର୍ମଳା ସୀତାରମଣକୁ ଏହି ବିଭାଗର ଦାୟିତ୍ୱ ଦିଆଯାଇଥିଲା । ମନୋହର ପାରିକର ଗୋଆ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ହାତରେ ପ୍ରତିରକ୍ଷା ବିଭାଗର ଦାୟିତ୍ୱ ଦିଆଯାଇଥିଲା । ତେବେ ଆଜି ଔପଚାରିକ ଭାବେ ନିର୍ମଳା ସୀତାରମଣ ପ୍ରତିରକ୍ଷା ମନ୍ତ୍ରୀ ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି ।