ଏସସିବିରେ ପିଲା ଅଦଳବଦଳ ଘଟଣା : ପିଲା ଚୋରି ଘଟଣାକୁ ସତ କହିଲେ ଦମ୍ପତି; କହିଲେ, ପୁଅ ବଦଳରେ ନେଇଯାଇଥିଲେ ଝିଅ

91

କନକ ବ୍ୟୁରୋ : ଏସସିବିରେ ପିଲା ଅଦଳବଦଳ ଘଟଣାରେ ନୂଆ ମୋଡ଼ । ପିଲା ଚୋରି ଘଟଣା ସତ । ଗଣମାଧ୍ୟମରେ ଖବର ବାଜିବା ପରେ ଅଦଳବଦଳ ବାହାନା କରିଥିଲେ ଛୁଆ ନେଇଯାଇଥିବା ଦମ୍ପତି । ଉଭୟ ଦମ୍ପତି ଏବେ କହିଛନ୍ତି, ନିଜର ପୁଅ ସନ୍ତାନ ନେବା ବଦଳରେ ସେମାନେ ଆଉ ଜଣଙ୍କ ଝିଅ ସନ୍ତାନ ନେଇଯାଇଥିଲେ । ଅଦଳବଦଳ ନାଟକ ରଚିଥିବା ମହିଳା ଓ ତାଙ୍କ ସ୍ୱାମୀ ଏପରି କହି ସତ କଥା ସ୍ୱୀକାର କରିଥିବା ସୂଚନା ରହିଛି ।

ସେ ଆଠ ଦିନ ଧରି ମେଡିକାଲ ସ୍ତ୍ରୀ ପ୍ରସୂତି ବିଭାଗକୁ ଆସୁଥିଲେ । ହେଲେ ସେ ହସ୍ପିଟାଲରେ ଆଡ଼ମିଶନ ହୋଇନଥିଲେ କି ଏଠାରେ ପୁତ୍ର ସନ୍ତାନ ପ୍ରସବ କରିନଥିବା ସୂଚନା ରହିଛି । କଟକ ପ୍ରତାପନଗରୀ ଅଞ୍ଚଳର ଏହି ଦମ୍ପତିଙ୍କୁ ଏବେ ପୋଲିସ ଅଟକ ରଖିଛି । ଏହି ଘଟଣାରେ ଆଉ କିଛି ଲୋକଙ୍କ ସଂପୃକ୍ତି ଥାଇପାରେ । ଏସିବି ପ୍ରଶାସନିକ ଅଧିକାରୀ କହିଛନ୍ତି ଏହି ଘଟଣାରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।