ଦିନିକିଆ କ୍ରିକେଟରେ ନୂଆ ରେକର୍ଡ଼ : ସର୍ବାଧିକ ସ୍କୋର କରିବାର ରେକର୍ଡ଼ ନିଜ ନାମରେ କଲା ନ୍ୟୁଜିଲାଣ୍ଡର ମହିଳା ଟିମ୍
କନକ ବ୍ୟୁରୋ: ଦିନିକିଆ କ୍ରିକେଟରେ ନୂଆ ରେକର୍ଡ଼ ତିଆରି କରିଛି ନ୍ୟୁୁଜିଲାଣ୍ଡର ମହିଳା ଟିମ୍ । ୪୯୦ ରନ୍ କରି ଦିନିକିଆରେ ସର୍ବାଧିକ ସ୍କୋର କରିବାର ରେକର୍ଡ଼ କରିଛି ନ୍ୟୁୁଜିଲାଣ୍ଡର ମହିଳା ଟିମ୍ । ଆର୍ୟାଲାଣ୍ଡ ବିରୋଧରେ ଖେଳାଯାଇଥିବା ମ୍ୟାଚରେ ନିଉଜିଲାଣ୍ଡ ଏହି ରେକର୍ଡ଼ କରିଛି । ଆର୍ୟାଲାଣ୍ଡର ଡବଲିନରେ ଖେଳାଯାଇଥିବା ଏହି ମ୍ୟାଚରେ ନ୍ୟୁଜିଲାଣ୍ଡ ୫୦ ଓଭରରେ ୪ ୱକେଟ୍ ହରାଇ କରିଥିଲା ୪୯୦ ରନ୍ । ଅଧିନାୟିକା ସୁଜି ବେଟସ୍ ୯୪ ବଲରୁ ଧୂଆଁଧାର ୧୫୧ ରନ୍ କରିଥିଲେ । ମ୍ୟାଚକୁ ସହଜରେ ଜିତିନେଇଥିଲା ନ୍ୟୁଜିଲାଣ୍ଡ ।
Kanak News is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, ଡବଲିନରେ ଖେଳାଯାଉଥିବା ମ୍ୟାଚରେ ଗତକାଲି ଆରମ୍ଭରୁ ନ୍ୟୁଜିଲାଣ୍ଡର ମହିଳା ଟିମ୍ ଭଲ ଖେଳିଥିଲା। ବ୍ୟାଟସଓମ୍ୟାନ ସୁଜି ବେଟସ୍ ଓ ଜେସ ଭାଟକିନ ପ୍ରଥମ ଓ୍ଵିକେଟରେ ୧୭୨ ରନ୍ ଯୋଡ଼ିଥିଲେ। ଅଧିନାୟିକା ବେଟସ ୯୪ ବଲ ଖେଳି ୨ଟି ଛକା ଓ ୨୪ଟି ଚୌକା ବଳରେ ୧୫୧ ରନ ସଂଗ୍ରହ କରିଥିଲେ। ଭାଟକିନ ୬୨ ରନ୍ ସଂଗ୍ରହ କରିଥିଲେ। ଏହା ପରେ ୩ୟ କ୍ରମରେ ଆସିଥିବା ଖେଳାଳି ମେଣ୍ଡି ଗ୍ରୀନ ୭୭ଟି ବଲ ଖେଳି ୧୬ଟି ଚୌକା ବଳରେ ୧୨୧ ରନ୍ ସଂଗ୍ରହ କରିଥିଲେ। ଏହା ବ୍ୟତୀତ ଏମି ୨୧ ରନ ସଂଗ୍ରହ କରିଥିଲେ।
ନ୍ୟୁଜିଲାଣ୍ଡ ୩୪ ଓଭରରେ ୩ଟି ଓ୍ଵିକେଟ ହରାଇ ୩୧୭ ରନ ସଂଗ୍ରହ କରି ସାରିଥିଲା। ୧୬ ଓଭର ବାକି ଥିବା ବେଳେ ଇତିହାସ ରଚିବାକୁ ସୁଯୋଗ ମିଳି ଯାଇଥିଲା। ଆମିଲି କେର ଓ ବେର୍ଣ୍ଣାଡାଏନ ଶେଷ ପର୍ଯ୍ୟନ୍ତ କ୍ରିଜରେ ରହିଥିଲେ। ଆମିଲି ୪୫ଟି ବଲ ଖେଳି ୩ଟି ଛକା ଓ ୯ଟି ଚୌକା ବଳରେ ୮୧ ରନ୍ ଯୋଡ଼ିଥିଲେ। ବିପକ୍ଷୀ ଦଳ ୩୧ ଅତିରିକ୍ତ ରନ ଦେଇଥିଲେ। କାରା ମୁରୀଙ୍କୁ ୨ଟି ସଫଳତା ମିଳିଥିଲେ ହେଁ, ସେ ୧୧୯ ରନ୍ ଖର୍ଚ୍ଚ କରିଥିଲେ।