ଦ୍ୱାଦଶ ପାସଙ୍କ ପାଇଁ ଭାରତୀୟ ସ୍ଥଳସେନାରେ ବାହାରିଲା ବିଜ୍ଞପ୍ତି ! ଏଭଳି କରନ୍ତୁ ଆବେଦନ ।

55

ଦ୍ୱାଦଶ ଶ୍ରେଣୀ ପାସ୍ କରିଥିବା ପ୍ରାର୍ଥୀଙ୍କ ପାଇଁ ଭାରତୀୟ ସ୍ଥଳସେନାରେ ଆବେଦନ କରିବାର ସୁବର୍ଣ୍ଣ ସୁଯୋଗ ଆସିଯାଇଛି । ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଭାରତୀୟ ସ୍ଥଳସେନାରେ ୱେବସାଇଟକୁ ଯାଇ ଆବେଦନ କରନ୍ତୁ । ତେବେ ଆପଣ ମଧ୍ୟ ଯଦି ସ୍ଥଳସେନାରେ କାମ କରିବା ପାଇଁ ଆଗ୍ରହୀ ଅଛନ୍ତି ତେବେ ନିମ୍ନରେ ଦିଆଯାଇଥିବା ସୁଚନା ଉପରେ ନଜର ବୁଲାଇ ଆଣନ୍ତୁ ।

ପଦବୀ : ପୋଲିସ୍ , ହାବିଲଦାର୍ ଏବଂ ଫାୟାରମ୍ୟାନ୍ ।

ପଦବୀ ସଂଖ୍ୟା : ୩୮୩ ।

ବିବରଣ :
ନ୍ୟାସନାଲ୍ ଡିଫେନ୍ସ ଏକାଡେମୀ ତଥା ନେବଲ୍ ଏକାଡେମୀ ।

ଯୋଗ୍ୟତା :
ନିଯୁକ୍ତିରେ ଆବେଦନ କରିବା ପାଇଁ ଆବେଦନକାରୀଙ୍କୁ ଯେକୌଣସି ମାନ୍ୟତାପ୍ରାପ୍ତ ଶିକ୍ଷାନୁଷ୍ଠାନରୁ ଦ୍ୱାଦଶ କରିବା ଆବଶ୍ୟକ ।

ବୟସ ସୀମା :
ଯୋଗ୍ୟ ପ୍ରାର୍ଥୀ ୨ ଜାନୁଆରୀ ୨୦୦୦ ପୂର୍ବରୁ ତଥା ୨୦୦୩ ପରେ ଜନ୍ମ ହେବା ଆବଶ୍ୟକ ।

ଆବେଦନ ଫିସ୍ :
ସାମାନ୍ୟ ବର୍ଗଙ୍କ ପାଇଁ ୧୦୦ ଟଙ୍କା ଆବେଦନ ଫିସ୍ ରହିଥିବା ବେଳେ ଅନ୍ୟ ବର୍ଗଙ୍କ ପାଇଁ ନିଶୁଳ୍କ କରାଯାଇଛି ।

ଆବେଦନ ପ୍ରକ୍ରିୟା : କେବଳ ଅନଲାଇନ୍ ମାଧ୍ୟମରେ ଆବେଦନ ପ୍ରକ୍ରିୟା କାର୍ଯ୍ୟ ଆରମ୍ଭ କରାଯିବ ଏବଂ ଏସଏସବି ପରୀକ୍ଷା ଏବଂ ସାକ୍ଷାତକାରରେ ଉପଯୁକ୍ତ ପ୍ରାର୍ଥୀଙ୍କୁ ଚୟନ କରାଯିବ ।

ଅନ୍ତିମ ତାରିଖ : ଆବେଦନ କରିବାର ଅନ୍ତିମ ତାରିଖ ହେଉଛି ୨ ଜୁଲାଇ ୨୦୧୮ ।