ହରିୟାଣା ହିଂସାକୁ ନେଇ ହେଉଛି ନୂଆ ଖୁଲାସା: ଶୋଭାଯାତ୍ରାରେ ଶୁଭିଥିଲା ପାକିସ୍ତାନ ସମର୍ଥନରେ ନାରା 

365
କନକ ବ୍ୟୁରୋ: ହରିୟାଣା ମେୱାତ-ନୁହ ହିଂସାକୁ ନେଇ ହେଉଛି ନୂଆ ଖୁଲ୍ଲାସା ହେଉଛି । ଏଫଆଇଆର କୁହାଯାଇଛି କି ଶୋଭାଯାତ୍ରାରେ ପାକିସ୍ତାନ ଜିନ୍ଦାବାଦର ନାରା ଦିଆଯାଇଥିଲା । । ଟାର୍ଗେଟରେ ସାଧାରଣ ଜନତାଙ୍କ ସହ ଥିଲେ ପୁଲିସକର୍ମୀ ସେପଟେ କଂଗ୍ରେସ କହିଛି ମାଷ୍ଟରମାଇଣ୍ଡ ମନୁ ମାନସେରକୁ ସୁରକ୍ଷା ଦେଉଛନ୍ତି ରାଜ୍ୟସରକାର । ଅନ୍ୟପଟେ ହିଂସା ଉପରେ ଆମେରିକା ପ୍ରତିକ୍ରିୟା ରଖି ଶାନ୍ତି ଅପିଲ କରିଛି ।
ସୋମବାର ହରିୟାଣା ମେୱାତ-ନୁହରୁ ଆରମ୍ଭ ହୋଇଥିବା ସାମ୍ପ୍ରଦାୟିକ ହିଂସା ଥମିବାର ନାଁ ନେଉ ନାହିଁ । ଏବେ ବି ରାଜ୍ୟର ୪ ଟି ଜିଲ୍ଲାରେ ପରିସ୍ଥିତି ବେଶ ଭୟଙ୍କର ରହିଛି । କର୍ଫ୍ୟୁ ସତ୍ୱେ କିଛି ସ୍ଥାନରେ ଫାୟାରିଂ ହେବା ସହ ଧାର୍ମିକ ସ୍ଥଳୀରେ ପୋଡାଜଳା ହୋଇଛି ।
ଗୋଷ୍ଠୀ ସଂଘର୍ଷ ନା ସାମ୍ପ୍ରଦାୟିକ ଦଙ୍ଗା?
   କୁର୍ଫ୍ୟ ସତ୍ତେ୍ୱ ଅନେକ ସ୍ଥାନରେ ପୋଡ଼ାଜଳା
   ଚିନ୍ତାରେ ହରିୟାଣା ସରକାରା 
   ୪ଟି ଜିଲ୍ଲାରେ ସ୍ଥିତି ଉକ୍ରଟ 
ହରିୟାଣା ଗୋଷ୍ଠୀ ସଂଘର୍ଷକୁ ଧୀରେ ଧୀରେ ସାମ୍ପ୍ରଦାୟିକ ଦଙ୍ଗାର ରୂପ ଦିଆଯାଉଛି । ଆଖପାଖ ରାଜ୍ୟ ଉତରପ୍ରଦେଶ, ରାଜସ୍ଥାନ ଓ କେନ୍ଦ୍ରଶାସିତ ଅଂଚଳ ଦିଲ୍ଲୀକୁ ବି ଅଶାନ୍ତି ବ୍ୟାପିବାରେ ଲାଗିଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ଇଂଟରନେଟ୍ ଓ ଏସ୍ଏମ୍ଏସ୍ ସେବାକୁ ବନ୍ଦ ରଖାଯାଇଛି । ତଥାପି ସ୍ଥିତିରେ ସୁଧାର ଆସୁ ନଥିବା ଦେଖିବାକୁ ମିଳିଛି ।
ଥମୁନି ହିଂସା, ଚିନ୍ତାରେ ସରକାର
– ବୁଧବାର ବିଳମ୍ବିତ ରାତିରେ ନୁହର ତାବଡୁ ଅଂଚଳରେ ଦୁଇଟି ଧାର୍ମିକ ସ୍ଥଳିକୁ ପୋଡି ଦେଇଛନ୍ତି ଦଙ୍ଗାକାରୀ
– ପଲୱଲରେ ୩ଟି ଦୋକାନ ଏବଂ ୨ ଟି ଧର୍ମପୀଠକୁ ପୋଡି ଦେଇଛନ୍ତି
– ଏହାକୁ ନେଇ ଭିନ୍ନ ଭିନ୍ନ ଥାନାରେ ୨୫୬ଜଣଙ୍କ ବିରୋଧରେ ୫ଟି ମାମଲା ରୁଜ ହୋଇଛି 
ନୁହର ସ୍ଥିତିକୁ ନଜରରେ ରଖି ହରିୟାଣା ସରକାର ସେକେଣ୍ଡ ଇଣ୍ଡିଆ ରିଜର୍ବ ବାଟାଲିଆନ୍କୁ ନୁହକୁ ସ୍ଥାନାନ୍ତର କରିଛି । ନୁହ ହିଂସାକାଣ୍ଡର ତଦନ୍ତ ପାଇଁ ସ୍ପେଶାଲ ଟାସ୍କ ଫୋର୍ସର ବା ଏସ୍ଟିଏଫ୍ର ୮ଟି ଟିମ୍ ଏବଂ ସ୍ପେଶାଲ ଇନଭେଷ୍ଟିଗେସନ୍ ଟିମ୍ ବା ଏସ୍ଆଇଟିର ୩ଟି ଟିମ୍କୁ ନିୟୋଜିତ କରାଯାଇଛି । ସେପଟେ କର୍ଫ୍ୟୁ ପାଇଁ ସାଧାରଣ ଜୀବନ ଯାତ୍ରା ପ୍ରଭାବିତ ହୋଇଛି ।
ଏବେ ବି କର୍ଫ୍ୟୁ ବଳବତ୍ତର 
– ହିଂସାରେ ଏବେ ପର୍ଯ୍ୟନ୍ତ ୭ଜଣଙ୍କ ମୃତ୍ୟୁ
– ୨ ହୋମଗାର୍ଡ ସମେତ ୫ ସାଧାରଣ ଲୋକଙ୍କ ମୃତ୍ୟୁ
– ୯ଟି ଜିଲ୍ଲାରେ ୧୪୪ ଧାରା ବଳବତ୍ତର
– ଅନ୍ୟ ଜିଲ୍ଲାରେ ଛୋଟ ଛୋଟ ପୋଡାଜଳାର ଖବର 
– ମାମଲାରେ ୮୩ଟି ଏଫ୍ଆଇର ରୁଜୁ 
– ୧୬୫ ଜଣଙ୍କୁ ଗିରଫ ଓ ୭୮ ଜଣଙ୍କୁ ଅଟକ ରଖିଛି ପୋଲିସ
ସୋମବାର ନୁହରୁ ମେୱାତ ଯାଉଥିବା ବିଶ୍ୱ ହିନ୍ଦୁ ପରିଷଦର ବ୍ରଜ ମଣ୍ଡଳ ଯାତ୍ରାରେ ଆରମ୍ଭ ହୋଇଥିଲା ଗୋଷ୍ଠୀ ସଂଘର୍ଷ । କୁହାଯାଉଛି ହିନ୍ଦୁ ଶୋଭାଯାତ୍ରା ବେଳେ ଅନ୍ୟ ଏକ ସମୁଦାୟର ହଜାରରୁ ଅଧିକ ବ୍ୟକ୍ତି ମେୱାତରେ ଦଙ୍ଗା ଉସୁକାଇବାକୁ ଚେଷ୍ଟା କରିଥିଲେ । ହିଂସାକାଣ୍ଡରେ ଶତାଧିକ ଆହତ ହୋଇଛନ୍ତି । ଠେଙ୍ଗା, ପଥର ମାଡ ସହ ଶତାଧିକ ଗାଡି ପୋଡି ପାଉଁଶ କରିଦେଇଛନ୍ତି ଦଙ୍ଗାକାରୀ । ତେବେ ମେୱାତ – ନୁହ ହିଂସା ପଛରେ ପାକିସ୍ତାନ ଲିଙ୍କ ଥିବା କୁହାଯାଉଛି । ଏହାକୁ ନେଇ ରାଜନୈତିକ ବୟାନବାଜୀ ମଧ୍ୟ ତେଜିବାରେ ଲାଗିଛି ।
ସ୍ଥିତି ନିୟନ୍ତ୍ରଣ କରିବାକୁ ହରିୟାଣାର ୯ଟି ଜିଲ୍ଲାରେ ଅର୍ଦ୍ଧ ସାମରିକବଳକୁ ନିୟୋଜିତ କରାଯାଇଛି । ପୋଲିସ ଦ୍ୱାରା ବାରମ୍ବାର ଫ୍ଲାଗ୍ ମାର୍ଚ୍ଚ ବି କରାହେଉଛି ।