ପୋଷା କୁକୁରଙ୍କ ପାଇଁ ଆଇନ ଆଣିବ ବିଏମସି : ରାସ୍ତାକଡ଼ରେ ମଳତ୍ୟାଗ କରାଇଲେ ଦେବାକୁ ପଡ଼ିବ ୧୦ ହଜାର ଟଙ୍କା ଫାଇନ୍

144

କନକ ବ୍ୟୁରୋ : ପୋଷା କୁକୁରଙ୍କ ପାଇଁ ବିଏମସି ଆଣିବ ଆଇନ । ଚିଠା ପ୍ରସ୍ତାବ ଉପରେ କର୍ପୋରେଟରଙ୍କଠାରୁ ମଗାଯାଇଥିବା ଆପତି ଓ ପରାମର୍ଶ ଆସିବା ପରେ ସ୍ୱତନ୍ତ୍ର ବୈଠକରେ ଆଲୋଚନା ହୋଇଛି । ୫୩ଟି ଆପତ୍ତି ଓ ପରାମର୍ଶ ଉପରେ ତର୍ଜମା କରାଯିବା ପରେ ଦୁଇଟି ନିୟମକୁ ବଦଳାଯାଇଛି ।

କୁକୁରଙ୍କ ପାଇଁ ଇନସ୍ୟୁରାନ୍ସ ବ୍ୟବସ୍ଥା କରିବାକୁ ସ୍ଥିର କରାଯାଇଛି । ଏହା ସହ କୁକୁର ମାଲିକ ଚାହିଁଲେ ଦୁଇରୁ ଅଧିକ କୁକୁର ରଖିପାରିବେ । ଚିଠା ପ୍ରସ୍ତାବ ଚୂଡାନ୍ତ ହୋଇଥିବାରୁ ଆସନ୍ତା କର୍ପୋରେସନ୍ ବୈଠକରେ ମାର୍ଗଦର୍ଶିକା ଗୃହୀତ ହେବ ବୋଲି ଜଣାପଡ଼ିଛି ।

– ଏଣିକି ରାଜଧାନୀ ରାସ୍ତା କଡରେ ପୋଷା କୁକୁର ମଳତ୍ୟାଗ କରିପାରିବେ ନାହିଁ
– ଏପରି ହେଲେ ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ
– ନିର୍ଦ୍ଦେଶନାମା ନମାନିଲେ ଆବଶ୍ୟକ ସ୍ଥଳେ ୧୦ ହଜାର ପର୍ଯ୍ୟନ୍ତ ଜରିମାନା ହୋଇପାରେ
– ପଞ୍ଜିକରଣ ବାବଦ ଦେୟ ୫ ଶହ ଟଙ୍କା ରଖାଯାଇଛି
– ପୁନଃପଞ୍ଜିକରଣ, କୁକୁର ବ୍ୟାଗ୍ ସଂପର୍କରେ ମାର୍ଗଦର୍ଶିକାରେ ରହିବ
– ବିନା ଟ୍ୟାଗରେ କୁକୁରଙ୍କୁ ବାହାରକୁ ଆଣିପାରିବେ ନାହିଁ
– ଖେଳକୁଦରେ ସାମିଲ ବେଳେ ମାଲିକଙ୍କ କର୍ତବ୍ୟ କ’ଣ ରହିବ
– ବ୍ୟବସାୟିକ ଉଦ୍ଦେଶ୍ୟରେ କୁକୁରଙ୍କୁ ରଖିବାର ସ୍ୱତନ୍ତ୍ର ବିଧି ରହିବ
– ପାଗଳ କୁକୁରଙ୍କୁ ନିୟନ୍ତ୍ରଣ ବାବଦରେ ମାଲିକଙ୍କ କର୍ତବ୍ୟ ବାବଦରେ ଉଲ୍ଲେଖ ରହିବ