ଆସିଲା ନୂଆ ମୋବାଇଲ ଆପ ! ଏଣିକି ଭୋଟ ପ୍ରକ୍ରିୟାରେ କୌଣସି ତ୍ରୁଟି ହେଲେ ତୁରନ୍ତ କରିପାରିବେ ଅଭିଯୋଗ ।

47

ମୁଖ୍ୟ ନିର୍ବାଚନ କମିଶନ ଓ ପି ରାୱତ କହିଛନ୍ତି ଯେ, ନିର୍ବାଚନ ପ୍ରକ୍ରିୟା ସହ ଯୋଡି ହୋଇଥିବା କୌଣସି ମଧ୍ୟ ତ୍ରୁଟି କିମ୍ବା ଭୁଲ ପ୍ରକ୍ରିୟାକୁ ଆୟୋଗର ମୋବାଇଲ ଆପ ଜରିଆରେ ପ୍ରଘଟିତ କରୁଥିବା ବ୍ୟକ୍ତିବିଶେଷଙ୍କର ପରିଚୟ ସୁରକ୍ଷିତ ରଖାଯିବ । ନିକଟରେ କିଛି ଦିନ ପୂର୍ବରୁ ଆୟୋଗ ଦ୍ୱାରା ପାଇଲଟ ପ୍ରୋଜେକ୍ଟ ରୂପରେ ଆରମ୍ଭ କରାଯାଇଥିବା ମୋବାଇଲ ଆପ ଜରିଆରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ସମୟରେ ତ୍ରୁଟି ସମ୍ବନ୍ଧୀୟ ୭୮୦ଟି ଅଭିଯୋଗ ମିଳିଥିଲା ।

ରାୱତ କହିଛନ୍ତି ଯେ, ଭିଡିଓ ଫର୍ମାଟ ମାଧ୍ୟମରେ ଏହି ଅଭିଯୋଗ ଗୁଡିକର ଯାଞ୍ଚ କରାଯାଉଛି । ସେ କହିଛନ୍ତି ଏହି ମୋବାଇଲ ଆପ ଲୋକମାନଙ୍କୁ ସେମାନଙ୍କର ଅଧିକାର ଦେଇଥାଏ । ଏବଂ ସାଧାରଣ ଜନତା ନିର୍ବାଚନ ସମୟରେ ହେଉଥିବା ତ୍ରୁଟିକୁ ଏହି ଆପ ମାଧ୍ୟମରେ ନିଜ ପରିଚୟ ଗୋପନ ରଖି ସମସ୍ତଙ୍କ ସାମ୍ନାକୁ ଆଣିପାରିବେ । ସାଧାରଣ ଜନତାଙ୍କ ଦ୍ୱାରା ଆସିଥିବା ଅଭିଯୋଗ ଗୁଡିକୁ ଯାଞ୍ଚ କରାଯାଇ ଉପଯୁକ୍ତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ।

କର୍ଣ୍ଣାଟକ ବିଧାନସଭା ନିର୍ବାଚନ ସମୟରେ ଏହି ସୁବିଧା ପାଇଲଟ ପ୍ରୋଜେକ୍ଟ ରୂପରେ ଆରମ୍ଭ କରାଯାଇଥିଲା ଯାହାକୁ ଏବେ ପ୍ରତ୍ୟେକ ନିର୍ବାଚନ ସମୟରେ ଲାଗୁ କରାଯିବ । ତେବେ ଏଭିଏମକୁ ନେଇ ବାରମ୍ବାର ପ୍ରଶ୍ନ ଉଠୁଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି । ଯେଉଁ ରାଜନୈତିକ ଦଳ ପରାଜୟର ଶିକାର ହୋଇଥାନ୍ତି ସେମାନେ ନିଜ ରାଗ ଶାନ୍ତ କରିବା ପାଇଁ ସବୁ ଦୋଷ ଇଭିଏମ ଉପରେ ଲଦିଦେଇଥାନ୍ତି । ତେବେ ଏପରି ହେବା ଦ୍ୱାରା ସତ ସମସ୍ତଙ୍କ ସାମ୍ନାକୁ ଆସିପାରିବ ।