ନୀରଜ ଚୋପ୍ରାଙ୍କୁ ପରମ ବିଶିଷ୍ଟ ସେବା ମେଡାଲ: ସାଧାରଣତନ୍ତ୍ର ଦିବସରେ ପାଇବେ ଏହି ପୁରସ୍କାର

107

କନକ ବ୍ୟୁରୋ: ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରାଙ୍କୁ ମିଳିବ ପରମ ବିଶିଷ୍ଟ ସେବା ମେଡାଲ । ଜାଭଲିନରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଥିଲେ ନୀରଜ । ସାଧାରଣତନ୍ତ୍ର ଦିବସ ଅବସରରେ ଏହି ସମ୍ମାନଜନକ ପୁରସ୍କାର ପାଇବେ ନୀରଜ । ଆର୍ମିରେ ସୁବେଦାର ଅଛନ୍ତି ନୀରଜ ଚୋପ୍ରା ।

୧୨ ଜଣଙ୍କୁ ସୋର୍ଯ୍ୟ ଚକ୍ର, ୨୯ ଜଣଙ୍କୁ ପରମ ବିଶିଷ୍ଟ ସେବା ମେଡାଲ, ୪ ଜଣଙ୍କୁ ଉତ୍ତମ ଯୁଦ୍ଧ ସେବା ମେଡାଲ, ୫୩ ଜଣଙ୍କୁ ଅତି ବିଶିଷ୍ଟ ସେବା ମେଡାଲ, ୧୩ ଜଣଙ୍କୁ ଯୁଦ୍ଧ ସେବା ମେଡାଲ, ୧୨୨ ଜଣଙ୍କୁ ବିଶିଷ୍ଟ ସେବା ମେଡାଲ ପ୍ରଦାନ କରାଯିବ । ସାଧାରଣତନ୍ତ୍ର ଦିବସରେ ପୁରସ୍କୃତ ହେବେ ଏହି ମେଡାଲ ବିଜେତା ମାନେ ।