ସିୱେଜ ଜିଏମ ହତ୍ୟା ମାମଲା : ମହିମା ମିଶ୍ର ଓ ଅନ୍ୟ ଜଣେ ସହଯୋଗୀଙ୍କ ନାଁରେ ଏନବିଡବ୍ଲୁ ଜାରି

34

କନକ ବ୍ୟୁରୋ : ପାରାଦୀପ ସିୱେଜ୍ ସିପିଂ ମ୍ୟାନେଜର ହତ୍ୟା ମାମଲା । ଦିଲ୍ଲୀରୁ ମହିମା ମିଶ୍ରଙ୍କ ସହଯୋଗୀ କୁହାଯାଉଥିବା ସୁଶାନ୍ତ ସେଠୀକୁ ଗିରଫ କରିଛି ଜଗତସିଂହପୁର ପୋଲିସ । ଦିଲ୍ଲୀ ବିମାନ ବନ୍ଦରରୁ ତାଙ୍କୁ ଗିରଫ କରାଯାଇଥିବା ଏସପି ସୂଚନା ଦେଇଛନ୍ତି । ଗିରଫ ପରେ ତାଙ୍କୁ ପଟିଆଲା କୋର୍ଟରେ ହାଜର କରାଯାଇଥିଲା । ପରେ ତାଙ୍କୁ ଟ୍ରାଂଜିଟ ରିମାଣ୍ଡରେ ଅଣାଯାଉଥିବା ସୂଚନା ମିଳିଛି ।

ସେପଟେ ବିଶିଷ୍ଟ ଶିଳ୍ପପତି ମହିମାନନ୍ଦ ମିଶ୍ରଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି । ତାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି ହୋଇଛି । ମହିମାଙ୍କ ଜଣେ ସହଯୋଗୀ ବସନ୍ତ ବଳଙ୍କ ନାଁରେ ମଧ୍ୟ ଏନବିଡବ୍ଲୁ ଜାରି କରିଛନ୍ତି କୁଜଙ୍ଗ ଜେଏମଏଫସି କୋର୍ଟ । ପୂର୍ବରୁ ସି-ୱେଜ ସିପିଂ କମ୍ପାନି ମ୍ୟାନେଜର ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ମହିମା ମିଶ୍ରଙ୍କ ନାଁରେ ଲୁକ୍ ଆଉଟ୍ ସର୍କୁଲାର ଜାରି କରିଛି ପୁଲିସ । ହାଇକୋର୍ଟରେ ଆଗୁଆ ଜାମିନ୍ ପାଇଁ ଆବେଦନ କରିଥିଲେ ମଧ୍ୟ ମହିମା ମିଶ୍ରଙ୍କୁ ଅନ୍ତରୀଣ ସୁରକ୍ଷା ଦେବାକୁ ମନା କରିଦେଇଥିଲେ କୋର୍ଟ ।

ଦେଖନ୍ତୁ ଏହି ଭିଡିଓ –