ନୟାଗଡ ଓଡଗାଁରେ ଗୁଳିକାଣ୍ଡ : ବାଇକ୍ ଦୁଇଟି ପୋଡି ଦେଲେ ଉତ୍ୟକ୍ତ ଲୋକ

32

କନକ ବ୍ୟୁରୋ : ନୟାଗଡ ଜିଲ୍ଲା ଓଡଗାଁ ରଘୁନାଥ ମନ୍ଦିର ନିକଟରେ ଗୁଳିକାଣ୍ଡ । ଏଥିରେ ଜଣେ ଯୁବକ ଆହତ ହୋଇଥିବା ବେଳେ ତାଙ୍କୁ ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି । ଗୁଳିକାଣ୍ଡ ଘଟାଇଥିବା ୬ଜଣ ଯୁବକଙ୍କ ମଧ୍ୟରୁ ୩ ଜଣଙ୍କୁ ସ୍ଥାନୀୟ ଲୋକେ କାବୁ କରି ପୁଲିସର ଜିମା ଦେଇଛନ୍ତି । ଏମାନେ ବ୍ୟବହାର କରିଥିବା ଦୁଇଟି ବାଇକକୁ ମଧ୍ୟ ପୋଡି ଦେଇଛନ୍ତି ଲୋକେ ।

ଗତକାଲି ସଂନ୍ଧ୍ୟାରେ ୬ ଜଣ ଦୁର୍ବୃତ ଦୁଇଟି ବାଇକରେ ଆସି ମନ୍ଦିର ଛକରେ ଅଚାନକ ଆତଙ୍କରାଜ ସୃଷ୍ଟି କରିବା ସହ ଆଖିବୁଜା ଗୁଳିମାଡ କରିଥିଲେ । ଫଳରେ ନିଜ ଦୋକାନ ପାଖରେ ଛିଡା ହୋଇଥିବା ଜଣେ ଯୁବକ, ସନ୍ତୋଷଙ୍କ ଗୋଡରେ ଦୁଇଟି ଗୁଳି ବାଜିଥିଲା । ଏହା ପ୍ରତିବାଦରେ ସ୍ଥାନୀୟ ଲୋକେ ଦୁର୍ବୃତଙ୍କୁ କାବୁ କରୁଥିବା ବେଳେ ୩ ଜଣ ଯୁବକ ଖସିଯାଇଥିଲେ । ପରେ ଉତ୍ୟକ୍ତ ଲୋକେ ସେମାନଙ୍କ ୨ ଟି ବାଇକକୁ ପୋଡି ଦେଇଥିଲେ । ଓଡଗାଁ ପୋଲିସ ଘଟଣାସ୍ଥଳରେ ପହଂଚିି ୩ ଜଣଙ୍କୁ ଅଟକ ରଖିଛି । ଏହା ସହ ଦେଖନ୍ତୁ ଏହି ଭିଡିଓ :