ଭୂତ ଉପାଖ୍ୟାନ ପରେ ଦାମଙ୍କୁ ନବୀନଙ୍କ ସମନ୍

22

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଦାମଙ୍କୁ ନବୀନଙ୍କ ସମନ୍ । ଭୂତ ଉପାଖ୍ୟାନ ପରେ ଦାମଙ୍କୁ ଡକାଇଲେ ବିଜେଡି ସୁପ୍ରିମୋ । କେବଳ ସେତିକି ନୁହେଁ ଦାମଙ୍କ ପୂର୍ବରୁ ଦେବାଶିଷ ସାମନ୍ତରାୟ, ପ୍ରତାପ ଜେନା ଓ ପ୍ରଭାତ ବିଶ୍ୱାଳଙ୍କୁ ଡକାଇ ନବୀନ ଆଲୋଚନା କଲେ । କୁହାଯାଉଛି, ତିନି ବିଜେଡି ନେତାଙ୍କୁ ଦଳର ଉପସଭାପତି ଭୂତ କହିବା ପରେ ନବୀନଙ୍କ କାନରେ କଥା ପହିଁଚିଥିଲା । ଆଉ ଏହାପରେ ସିଧା ତୃତୀୟ ମହଲା ଡକାଇ ତାଗିଦ କରିଛନ୍ତି ନବୀନ ।

ପୂର୍ବରୁ ମଧ୍ୟ ଦଳୀୟ ବ୍ୟାପାର ସଂପର୍କରେ ମୁହଁ ନ ଖୋଲିବା ପାଇଁ ଦାମଙ୍କୁ ନବୀନ ତାଗିଦ୍ କରିଥିଲେ । ହେଲେ ତୁଣ୍ଡରେ ତାଲା ପକାଇ ପାରୁ ନଥିବା ଦାମ ବାବୁଙ୍କୁ ପୁଣି ଥରେ ନବୀନଙ୍କ ତାଗିଦ୍ ନେଇ ଚର୍ଚ୍ଚା । ଯଦି ଏହା ସତ ହୋଇଥାଏ, ତେବେ ଏହାର ମନ୍ତ୍ରିମଣ୍ଡଳ ଅଦଳବଦଳ ଉପରେ କଣ ପ୍ରଭାବ ପଡିବ, ତାକୁ ନେଇ ଚର୍ଚ୍ଚା ।

ଏହା ସହ ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠରେ କଟକର ତିନି ବିଧାୟକ