ମୁମ୍ବାଇରେ ‘ମେକ୍ ଇନ୍ ଓଡ଼ିଶା’: ନିବେଶ ବଢାଇବାକୁ ୨ଟି ପର୍ଯ୍ୟାୟରେ ପୁଂଜି ନିବେଶକାରୀଙ୍କ ସହ ନବୀନଙ୍କ ଆଲୋଚନା, ମେକ ଇନ ଓଡିଶା କନକ୍ଲେଭରେ ଭାଗ ନେବାକୁ କରିବେ ନିମନ୍ତ୍ରଣ

58

କନକ ବ୍ୟୁରୋ: ପୁଂଜି ନିବେଶ ଆଣିବାକୁ ମୁ୍ମ୍ବାଇରେ ନବୀନ । ମୁମ୍ବାଇରେ ମେକ୍ ଇନ୍ ଓଡିଶା ଇନଭେଷ୍ଟର୍ସ ମିଟରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨ଟି ପର୍ଯ୍ୟାୟରେ ପୁଂଜି ନିବେଶକାରୀଙ୍କ ସହ ଆଲୋଚନା କରିବେ ନବୀନ । ଏହା ସହ ମେକ୍ ଇନ୍ ଓଡିଶା କନକ୍ଲେଭରେ ଯୋଗ ଦେବାକୁ ଇନଭେଷ୍ଟର୍ସ ମାନଙ୍କୁ ନିମନ୍ତ୍ରଣ କରିବେ ମୁଖ୍ୟମନ୍ତ୍ରୀ । ଶିଳ୍ପପତିମାନଙ୍କ ସହ ନବୀନଙ୍କ ୱାନ୍ ଟୁ ୱାନ୍ ଆଲୋଚନା କାର୍ଯ୍ୟକ୍ରମ ମଧ୍ୟ ରହିଛି । ଏଥିରେ ଉଦବୋଧନ ଦେଇ ଶିଳ୍ପ ସଚିବ ସଂଜୀବ ଚୋପ୍ରା କହିଛନ୍ତି ।

ପୁଂଜି ନିବେଶକାରୀଙ୍କ ପାଇଁ ଓଡିଶାର ଦ୍ୱାର ଖୋଲା ରହିଛି । ଓଡିଶାରେ ଇଜ୍ ଅଫ୍ ଡୁଇଂ ବିଜନେସ ସହଜ ବୋଲି କହିଛନ୍ତି ଶିଳ୍ପ ସଚିବ । ମେକ୍ ଇନ୍ ଓଡିଶା କନକ୍ଲେଭର ଦ୍ୱିତୀୟ ସଂସ୍କରଣ ପ୍ରସ୍ତୁତି କ୍ରମରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ରାଜ୍ୟ ସରକାରଙ୍କ ଶିଳ୍ପ ବିଭାଗ ଓ ଫିକି ମିଳିତ ଭାବେ ମେକ୍ ଇନ୍ ଓଡିଶା ଇନଭେଷ୍ଟର୍ସ ମିଟ୍ କାର୍ଯ୍ୟକ୍ରମର ଆୟୋଜନ କରିଛନ୍ତି । ଏହି କାର୍ଯ୍ୟକ୍ରମ ଦ୍ୱାରା ଓଡିଶାରେ ନିବେଶ ପାଇଁ ଶିଳ୍ପପତିଙ୍କୁ ଉତ୍ସାହିତ କରାଯାଇ ପାରିବ ବୋଲି କୁହାଯାଉଛି ।