ଇସ୍ତଫା ପରେ ସିବିଆଇ ସ୍କାନରରେ ନରିନ୍ଦର ବାତ୍ରା: ହକି ଇଣ୍ଡିଆର ୩୫ଲକ୍ଷ ଟଙ୍କା ବ୍ୟକ୍ତିଗତ କାମରେ ଲଗାଇଥିବା ଅଭିଯୋଗ

97

କନକ ବ୍ୟୁରୋ: ସିବିଆଇ ସ୍କାନରରେ ଭାରତୀୟ କ୍ରୀଡା ପ୍ରଶାସନରେ ସବୁଠାରୁ କ୍ଷମତାଶାଳୀ ବ୍ୟକ୍ତି ନରିନ୍ଦର ବାତ୍ରା । ଆଇଓଏ, ହକି ଇଣ୍ଡିଆ ଓ ନରିନ୍ଦର ବାତ୍ରାଙ୍କ ବାସଭବନରେ ସିବିଆଇ ଚଢାଉ କରିଛି । ବାତ୍ରା ହକି ଇଣ୍ଡିଆର ୩୫ ଲକ୍ଷ ଟଙ୍କା ବ୍ୟକ୍ତିଗତ କାର୍ଯ୍ୟରେ ଖର୍ଚ୍ଚ କରିଥିଲେ ବୋଲି ଅଭିଯୋଗ ହୋଇଥିଲା । ନରିନ୍ଦର ବାତ୍ରା ଗତକାଲି ତିନିଟି ପଦରୁ ଇସ୍ତଫା ଦେଇଛନ୍ତି । ଆନ୍ତର୍ଜାତିକ ହକି ମହାସଂଘ, ଭାରତୀୟ ଅଲିମ୍ପିକ୍ ସଂଘର ସଭାପତି ଓ ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟିର ସଦସ୍ୟ ଥିଲେ ।

ପଦ ଛାଡିଲେ ବାତ୍ରା
– ଇସ୍ତଫା ଦେଲେ ଭାରତୀୟ କ୍ରୀଡାର ଶ୍ରେଷ୍ଠ ପ୍ରଶାସକ ନରିନ୍ଦର ବାତ୍ରା
– ଗୋଟିଏ ଦିନରେ ତିନିଟି ପ୍ରମୁଖ ପଦରୁ ନରିନ୍ଦର ବାତ୍ରାଙ୍କ ଇସ୍ତଫା
– ଅନ୍ତର୍ଜାତୀୟ ହକି ସଂଘ ପଦ ଛାଡିଛନ୍ତି ନରିନ୍ଦର ବାତ୍ରା
– ଭାରତୀୟ ଅଲିମ୍ପିକ୍ ସଂଘର ସଭାପତି ପଦରୁ ଓହରି ଯାଇଛନ୍ତି
– ଅନ୍ତର୍ଜାତୀୟ ଅଲିମ୍ପିକ୍ ସମିତିର ସଦସ୍ୟତା ମଧ୍ୟ ତ୍ୟାଗ କଲେ
– ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଇଥିବା ତିନିଟି ଇସ୍ତଫା ପତ୍ରରେ ଲେଖିଛନ୍ତି
– ଲଗାତର ଦୁଇ ଥର ଏଫ୍ଆଇଏଚ୍ ସଭାପତି ନିର୍ବାଚିତ ହୋଇଥିଲେ
– ଓଡ଼ିଶାରେ ଦୁଇ ଥର ବିଶ୍ୱକପ୍ ଆୟୋଜନ କରିବାକୁ ନିଷ୍ପତି ନେଇଥିଲେ
– ୨୦୧୭ରେ ବାତ୍ରା ଆଇଓଏର ସଭାପତି ନିର୍ବାଚିତ ହୋଇଥିଲେ
– ୨୦୧୯ରେ ଅନ୍ତର୍ଜାତୀୟ ଅଲିମ୍ପିକ୍ ସମିତି ବା ଆଇଓସି ସଦସ୍ୟ
– ୨୦୨୧ରେ ଏଫ୍ଆଇଏଚ୍ର ସଭାପତି ଭାବେ ଦ୍ୱିତୀୟ ଥର ନିର୍ବାଚିତ

କୋର୍ଟଙ୍କ ନିର୍ଦ୍ଦେଶରେ ସବୁ ବଦଳିଗଲା
– ଆଇଓଏ ସଭାପତି ପଦ ଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ ଦିଲ୍ଲୀ ହାଇକୋର୍ଟ
– ଆଇଓଏର କୌଣସି କାର୍ଯ୍ୟ କରିପାରିବେ ନାହିଁ ବୋଲି ଦେଇଥିଲେ ନିର୍ଦ୍ଦେଶ
– ସଭାପତି ରହିବା ପାଇଁ ରହିତାଦେଶ ଦେବାକୁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ
– ଉଚ୍ଚ ନ୍ୟାୟଳୟର ଦୁଇ ଜଣିଆ ଖଣ୍ଡପୀଠ ଅବେଦନକୁ ଅଗ୍ରାହ୍ୟ କରିଥିଲେ
– ହକି ଇଣ୍ଡିଆର ଆଜୀବନ ସଦସ୍ୟ ନିଯୁକ୍ତିକୁ ମଧ୍ୟ ଅବୈଧ କଲେ ଖଣ୍ଡପୀଠ
– ଜାତୀୟ କ୍ରୀଡା ସଂଗଠନରେ ଏଭଳି କିଛି ପଦବୀ ନାହିଁ ବୋଲି ସ୍ପଷ୍ଟ କଲେ କୋର୍ଟ
– ହକି ଇଣ୍ଡିଆ ସଦସ୍ୟ ଭାବେ ଆଇଓଏ ସଭାପତି ନିର୍ବାଚନ ଲଢିବା ବେଆଇନ୍
– ଅନୀଲ ଖାନ୍ନାଙ୍କୁ କାମଚଳା ସଭାପତି ଭାବେ ନିଯୁକ୍ତ କରିଛି ଆଇଓଏ

ସିବିଆଇ ସ୍କାନରରେ ବାତ୍ରା
– ସିବିଆଇ ସ୍କାନରରେ ନିରନ୍ଦର ବାତ୍ରା
– ଆଇଓଏ, ହକି ଇଣ୍ଡିଆ କାର୍ଯ୍ୟାଳୟରେ ସିବିଆଇର ଚଢଉ
– ନରିନ୍ଦର ବାତ୍ରାଙ୍କ ବାସଭବନରେ ମଧ୍ୟ ଚଢଉ କରିଛି ସିବିଆଇ
– ଦିଲ୍ଲୀ ଓ ଜମ୍ମୁରେ ଥିବା ବାତ୍ରାଙ୍କ ବାସଭବନରେ ରେଡ୍
– ହକି ଇଣ୍ଡିଆର ବ୍ୟକ୍ତିଗତ କାର୍ଯ୍ୟରେ ଖର୍ଚ୍ଚ କରିଥିବା ଅଭିଯୋଗ
– ହକି ଇଣ୍ଡିଆର ୩୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି ନରିନ୍ଦର ବାତ୍ରା
– ଦୁର୍ନୀତି ଅଭିଯୋଗରେ ବାତ୍ରାଙ୍କ ବିରୋଧରେ ଅଭିଯୋଗ ହୋଇଥିଲା
– ଅଭିଯୋଗ ପରେ ଏପ୍ରିଲରେ ପ୍ରାରମ୍ଭିକ ତଦନ୍ତ ଆରମ୍ଭ କରିଥିଲା ସିବିଆଇ
– ଅଭିଯୋଗର ସତ୍ୟତା ଓ ଯଥେଷ୍ଟ ପ୍ରମାଣ ମିଳିବା ପରେ ସିବିଆଇର ଚଢାଉ