ଫେମିନା ମିସ୍ ଇଣ୍ଡିଆ ୨୦୨୩ ହେଲେ ନନ୍ଦିନୀ ଗୁପ୍ତା। ଚାଷୀ ପରିବାରର ଝିଅ ହେଲେ ମିସ୍ ଇଣ୍ଡିଆ।

348

କନକ ବ୍ୟୁରୋ: ଘୋଷଣା ହୋଇଛି ଫେମିନା ମିସ୍ ଇଣ୍ଡିଆ ୨୦୨୩ । ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇ ରାଜସ୍ଥାନର ନନ୍ଦିନୀ ଗୁପ୍ତା ହୋଇଛନ୍ତି ଫେମିନା ମିସ୍ ଇଣ୍ଡିଆ ୨୦୨୩ । । ମଣିପୁରର ଆୟୋଜିତ ୫୯ ତମ ଫେମିନା ମିସ୍ ଇଣ୍ଡିଆ ପ୍ରତିଯାଗିତାରେ ଟାଇଟଲ ଜିତିଛନ୍ତି ନନ୍ଦିନୀ । ଦେଶର ୫୯ ତମ ମିସ୍ ଇଣ୍ଡିଆ ଭାବେ ସେ ଏହି ଟାଇଟଲକୁ ନିଜ ନାଁରେ କରିପାରିଛନ୍ତି । ମାତ୍ର ୧୯ ବର୍ଷ ବୟସରେ ଏହି ସଫଳତା ହାତେଇଛନ୍ତି ନନ୍ଦିନୀ । ମିସ୍ ଇଣ୍ଡିଆରେ ଭାଗ ନେବା ପୂର୍ବରୁ ସେ ମଡେଲିଂ କରୁଥିଲେ । ବିଜନେସ୍ ମ୍ୟାନେଜମେଂଟରେ ସ୍ନାତକ ହାସଲ କରିଛନ୍ତି । ରାଜସ୍ଥାନ କୋଟା ସହରରେ ନନ୍ଦିନୀଙ୍କ ଘର । ଚାଷୀ ପରିବାରର ଝିଅ ହେଲେ ମିସ୍ ଇଣ୍ଡିଆ । ନନ୍ଦିନୀଙ୍କ ବାପା ଚାଷୀ, ମା ଗୃହିଣୀା

ଗ୍ରାଣ୍ଡଫିନାଲେ ଷ୍ଟେଜରେ ବ୍ଲାକ କଲର ଗାଉନରେ ନିଜ ସୌନ୍ଦର୍ଯ୍ୟ ଓ କନଫିଡେନ୍ସରେ ସମସ୍ତଙ୍କ ହୃଦୟ ଜିତିଥିଲେ ନନ୍ଦିନୀ ଗୁପ୍ତା । ନନ୍ଦିନୀଙ୍କ ବିଜୟ ପରେ ପୂର୍ବତନ ମିସ୍ ଇଣ୍ଡିଆ ସିନି ସେଟ୍ଟୀ ତାଙ୍କୁ ମୁକୁଟ ପିନ୍ଧାଇଥିଲେ । ଏହି ଜବରଦସ୍ତ ବିଜୟ ପରେ ମିସ୍ ୱାଲ୍ଡ ପରବର୍ତୀ ସିଜିନ୍ ପାଇଁ ସେ ଏବେ ଦେଶରୁ ପ୍ରତିନିଧିତ୍ୱ କରିବେ । ଜଣେ ସାଧାରଣ ପରିବାରର ଝିଅ ହୋଇ ପଢା ସାଙ୍ଗକୁ ମିସ୍ ଇଣ୍ଡିଆ ଟାଇଟଲ ହାସଲ କରିବା ପରେ ଚାରିଆଡୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛିି ।