କେନ୍ଦ୍ରର ବାରଣ ସତ୍ୱେ ନବୀନ ଦୋହରାଇଲେ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି ! ନୀତି ଆୟୋଗ ବୈଠକରେ ଦେଖାଇଲେ ଓଡ଼ିଶାର ଗୋଲାପୀ ଚିତ୍ର

36

କନକ ବ୍ୟୁରୋ : କେନ୍ଦ୍ରର ପ୍ରତ୍ୟାଖ୍ୟାନ ଏବଂ ନୀତି ଆୟୋଗର ବାରଣ ସତ୍ୱେ ପୁଣି ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଏବଂ ସ୍ୱତନ୍ତ୍ର ସହାୟତା ଦାବି ଉଠାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉତର ପୂର୍ବାଚଂଳ ରାଜ୍ୟ ଭଳି ଦେଖିବାକୁ ନବୀନ ନୀତି ଆୟୋଗ ବୈଠକରେ ଦାବି କରିଛନ୍ତି । ବିଭିନ୍ନ କେନ୍ଦ୍ରୀୟ ଯୋଜନା ବନ୍ଦ ପ୍ରସଙ୍ଗରେ ଅସନ୍ତୋଷ ଜାହିର କରିବା ସହ ପୁଣି ଥରେ ଚାଲୁ କରିବାକୁ ଦାବି କରିଛନ୍ତି । ଏମିତିକି ଅଧିକ ପାଣ୍ଠି ଉପରେ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଦାରିଦ୍ର୍ୟ ଦୁରିକରଣରେ ଓଡ଼ିଶା ରୋଲ ମଡେଲ, ରାଜ୍ୟର ଅର୍ଥନୀତିରେ ବୃଦ୍ଧି ଘଟିଛି, ଶିଶୁ ମୃତ୍ୟୁହାର କମିବା କଥା କହି ଓଡ଼ିଶାର ଗୋଲାପି ଚିତ୍ର ଦେଖାଇଛନ୍ତି ମୁଖ୍ୟମନ୍ତ୍ରୀ ।