ନବ ଦାସଙ୍କୁ ଗୁଳିମାଡ ଘଟଣା : ଗୋପାଳଙ୍କୁ କ୍ରାଇମବ୍ରାଞ୍ଚର ରାତି ଅଧିଆ ଜେରା, ପଚରାଗଲା ୫୦ରୁ ଅଧିକ ପ୍ରଶ୍ନ

935

କନକ ବ୍ୟୁରୋ : ନବ ଦାସଙ୍କୁ ଗୁଳିମାଡ ଘଟଣାର କାରଣ ଖାଜୁଛନ୍ତି କ୍ରାଇମବ୍ରାଞ୍ଚ । ଗତକାଲି ରାତିରେ ପାଖାପାଖି ୨ ଘଣ୍ଟା ଏଏସ୍ଆଇ ଗୋପାଳକୃଷ୍ଣ ଦାସଙ୍କୁ ଜେରା କରିଛି କ୍ରାଇମବ୍ରାଞ୍ଚ । ସୁନ୍ଦରଗଡ ରିଜର୍ଭ ଅଫିସରେ ପଚରାଉଚରା କରାଯାଇଛି । କ୍ରାଇମବ୍ରାଞ୍ଚର ସ୍ୱତନ୍ତ୍ର ଟିମ୍ ପଚରାଉଚରା କରୁଛନ୍ତି । ଏଡିଜି ଅରୁଣ ବୋଥ୍ରା ଗୋପାଳ ଦାସଙ୍କୁ ୫୦ରୁ ଅଧିକ ପ୍ରଶ୍ନ ପଚାରିଛନ୍ତି ।

ଗୋପାଳଙ୍କ ହ୍ୟାଣ୍ଡ ସ୍ୱାବ ନିଆଯାଇଛି । ଏହା ସହ ସେ ପିନ୍ଧିଥିବା ପୋଲିସ ପୋଷାକକୁ ମଧ୍ୟ ନେଇଛି କ୍ରାଇମବ୍ରାଞ୍ଚ । ସେହିପରି ନବ ଦାସଙ୍କ ପୋଷାକକୁ ମଧ୍ୟ ନେଇଛି କ୍ରାଇମବ୍ରାଞ୍ଚ । କେବଳ ସେତିକି ନୁହେଁ ଗୋପାଳଙ୍କ ଫୋନକୁ କ୍ରାଇମବ୍ରାଞ୍ଚ ନେଇଛି । ଗୁଳି କରିବା ପୂର୍ବରୁ ସେ କାହାକୁ କଲ୍ କରିଥିଲେ କି ? କିମ୍ବା ହ୍ୱାଟ୍ସଆପରେ କାହା ସହ କଥା ହୋଇଛନ୍ତି ସେ ବିଷୟରେ ତଦନ୍ତ ଜାରି ରହିଛି ।

ନବ ଦାସଙ୍କୁ ଗୁଳିମାଡ଼ କାହିଁକି ?

– ପୂର୍ବରୁ ନବ ଦାସଙ୍କ ପିଏସ୍ଓ ଥିବା ଗୋପାଳ ଦାସ କାହିଁକି ମାରିଲେ ଗୁଳି
– ସର୍ବ ସମ୍ମୁଖରେ ହତ୍ୟା ପଛରେ କ’ଣ ରହିଛି କାରଣ ?
– ସ୍ଥାନୀୟ ପୋଲିସ ଓ ମନ୍ତ୍ରୀଙ୍କ ପରିବାର ଲୋକ ଚୁପ୍ କାହିଁକି ?
– ଗୁଳିମାଡ଼ ସମୟରେ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ କରୁଥିଲେ କ’ଣ ?
– ମନ୍ତ୍ରୀଙ୍କ ପିଏସ୍ଓ ଆବଶ୍ୟକ ଟ୍ରେନିଂପ୍ରାପ୍ତ ଥିଲେ କି ନାହିଁ ?
– କ’ଣ କରୁଥିଲେ ଘଟଣାସ୍ଥଳରେ ଉପସ୍ଥିତ ପୋଲିସ କର୍ମଚାରୀ ?
– କୁଆଡେ ଯାଇଥିଲେ ବ୍ରଜରାଜନଗର ଥାନା ଅଧିକାରୀ ?
– ନବ ଦାସଙ୍କୁ ହିଁ କାହିଁକି ଟାର୍ଗେଟ୍ କରିଥିଲେ ଗୋପାଳ ?
– ନବ ଦାସଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ ଦାୟିତ୍ୱରୁ କାହିଁକି ହଟାଯାଇଥିଲା ?
– କାହା ସୁପାରିଶରେ ବ୍ରଜରାଜନଗର ଫାଣ୍ଡି ଅଧିକାରୀ ଭାବେ ନିଯୁକ୍ତି ପାଇଥିଲେ ?
– ନବ ଦାସଙ୍କ ସହ ଗୋପାଳଙ୍କ କୌଣସି ବ୍ୟକ୍ତିଗତ ଶତ୍ରୁତା ଥିଲା କି ?
– ହତ୍ୟା ପଛରେ ସେଭଳି କୌଣସି ରାଜନୈତିକ କାରଣ ନାହିଁ ତ ?
– ହତ୍ୟା ପଛରେ ବ୍ୟବସାୟିକ ଭାଗିଦାରୀ ଥିବା ବ୍ୟକ୍ତିଙ୍କ ସମ୍ପୃକ୍ତି ନାହିଁ ତ ?