ସବୁଦିନ ପାଇଁ ଆରପରିକୁ ଚାଲିଯାଉଛନ୍ତି ପ୍ରାଣପ୍ରୀୟ ମଣିଷ! ଧର୍ମପତ୍ନୀଙ୍କ ବିକଳ କାନ୍ଦରେ ଭିଜିଲା ସମସ୍ତଙ୍କ ଆଖି

639

କନକ ବ୍ୟୁରୋ: କାହିଁକି ଶୋଇଛ! ଉଠ ଉଠ! ତୁମକୁ ଛାଡି ମୁଁ କେମିତି ରହିବି । ମୋତେ ଛାଡିକି କୁଆଡେ ଯାଉଛ । ଉଠ! ତୁମ ବିନା ମୁଁ ପାଗଳ ହୋଇଯିବି । ମୋତେ ଛାଡିକି ଯାଅନି । ଏ ହେଉଛି ନବ ଦସଙ୍କ ପତ୍ନୀଙ୍କ ବୁକୁଫଟା କାନ୍ଦ ।

ରାଜ୍ୟ ରାଜନୀତିର ଜଣେ ତୁଙ୍ଗ ନେତାଙ୍କୁ ହରାଇ ଆଜି ସମସ୍ତେ ସ୍ତବ୍ଧ । ରାଜନେତାଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନତା ସମସ୍ତଙ୍କ ଆଖିରେ ଅସରନ୍ତି ଲୁହ । ଏଭଳି ସ୍ଥିତିରେ ହାତ ଧରି ବାଟ ଚାଲୁଥିବା ଧର୍ମ ପତ୍ନୀର ଅବସ୍ଥା କ’ଣ ହେଉଥିବା ତାକୁ କହିବା ଭାରି କଷ୍ଟ । ତାକୁ ଖାଲି ଅନୁଭବ କରିହେବ ସିନା .. ଭାଷାରେ କହିବା ଅସମ୍ଭବ ।

ହସ୍ପିଟାଲରୁ ପୋଷ୍ଟମର୍ଟମ ହୋଇ ଆସିବା ଠାରୁ ଅନ୍ତ୍ୟେଷ୍ଟି କ୍ରିୟା ପାଇଁ କର୍ମଭୂମିକୁ ଯିବା ଯାଏଁ ପଛେ ପଛେ ପତ୍ନୀ । କିଏ ନେଇଯାଉଛି ତାଙ୍କ ଜୀବନକୁ । ଆଉ କ’ଣ କେବେ ଦେଖିପାରିବେ! ସକାଳୁ ସବୁଦିନେ ଯାହା ମୁହଁ ଚାହିଁ ଦିନ ଆରମ୍ଭ ହେଉଥିଲା, ତାକୁ ଆଉ କେବେବି ଦେଖିପାରିବେନି । କେମିତି ବଞ୍ଚିବେ, କେମିତି ସେ ଛାଡିଦେଇଯାଉଥିବା ସଂସାରକୁ ଚଳାଇବେ । ଏଇ କଥା ବାହୁନି ବାହୁନି ଲୋଟି ପଡୁଛନ୍ତି ନବ ଦାସଙ୍କ ପତ୍ନୀ । ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଯିଏ ଯେତେ ବୁଝେଇଲେ ବି ମନ କ’ଣ ବୁଝୁଛି ।

ତାଙ୍କ ପାଇଁ ସମସ୍ତଙ୍କ ଆଖିରେ ଲୁହ । ଭୁବନେଶ୍ୱରରୁ ଯାଇ ଝାରସୁଗୁଡା ବିମାନବନ୍ଦରରେ ପହଞ୍ଚିବାବେଳକୁ ସେଠାରେ ଥାଟ ମାରିଛନ୍ତି ଲୋକେ । ନିଜ ପ୍ରିୟ ନେତାଙ୍କୁ ଟିକେ ଶେଷ ଦର୍ଶନ କରିବେ । ଦୁଃଖସୁଖରେ ଛିଡା ହେଉଥିବା ମଣିଷ ସବୁଦିନ ପାଇଁ ଚାଲିଯାଉଥିବା ଦୁଃଖ ବଳିପଡୁଛି । କାନ୍ଦି କାନ୍ଦି କଇଁ ଉଠିଯାଉଛି । ଏଠି କିଏ କାହାକୁ ବୁଝେଇବ । ସମସ୍ତେ ତ ନବ ଦାଙ୍କ ପାଇଁ ବିକଳ ।

ସତରେ ଏମିତି ଜଣେ ନେତାଙ୍କୁ ଆଉ ପାଇବେ ବା କାହୁଁ? ନବ ଦାସଙ୍କ ଅକାଳ ବିୟୋଗରେ ରାଜ୍ୟ ରାଜନୀତିରେ ଅପୂରଣୀୟ କ୍ଷତି ହୋଇଥିବାବେଳେ ତାଙ୍କ ପରିବାରର ଯେପରି ଶିରୀ ତୁଟିଯାଇଛି ।