ଶହିଦ୍ ଔରଙ୍ଗଜେବଙ୍କ ବାପା କହିଲେ,୩୨ ଘଣ୍ଟା ମଧ୍ୟରେ ଦରକାର ପୁତ୍ର ହତ୍ୟାର ପ୍ରତିଶୋଧ ।
ଦେଶରେ ଦିନକୁ ଦିନ ଆତଙ୍କବାଦର ବହ୍ନି ବଢିବାରେ ଲାଗିଛି ଏବଂ ଏହି ବହ୍ନିରେ ଆହୁତି ସାଜୁଛନ୍ତି ଦେଶର ବୀର ଯବାନ୍ । ଏଭଳି ଜଣେ ଯବାନ୍ ହେଉଛନ୍ତି ଔରଙ୍ଗଜେବ୍ ଖାନ୍ । ଯେ ଆତଙ୍କବାଦୀଙ୍କ ଗୁଳିରେ ଶହିଦ୍ ହୋଇଯାଇଛନ୍ତି । ଜୁନ୍ ୧୪ ତାରିଖରେ ଔରଙ୍ଗଜେବଙ୍କୁ ଆତତାୟୀ ୧୫ ଟି ଗୁଳି ମାରି ଅତି ନିର୍ମମ ଭାବରେ ହତ୍ୟା କରିଥିଲେ । ଇଦ୍ ପାଳିବା ପାଇଁ ଘରକୁ ଯିବା ସମୟରେ ଆତଙ୍କବାଦୀ ତାଙ୍କୁ ପୁଲବାମା ଅଞ୍ଚଳରୁ ଅପହରଣ କରି ହତ୍ୟା କରିଥିଲେ । ତେବେ ବର୍ତ୍ତମାନ ଆତଙ୍କବାଦୀଙ୍କ ଦ୍ୱାରା ଶହିଦଙ୍କୁ ପଚରାଯାଇଥିବା କିଛି ପ୍ରଶ୍ନର ଭିଡିଓ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି । କିନ୍ତୁ ଯବାନଙ୍କ ବୀରଗତି ପ୍ରାପ୍ତ ହେବାର କଷ୍ଟ ପରିବାର ଲୋକଙ୍କ ଆଖିରୁ ଲୁହ ଶୁଖିବାକୁ ଦେଉନାହିଁ । ଜବାନ ପୁଅକୁ ହରାଇ ମା’ ବାପାଙ୍କ ଆଖିରୁ ଯେଭଳି ନିଦ ହଜିଯାଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ତେବେ ପୁଅ ଇଦ୍ ଅବସରରେ ଘରକୁ ଆସିବା ଖବର ସତ ହୋଇଛି । କିନ୍ତୁ ପୁଅ ଜୀବିତ ଅବସ୍ଥାରେ ନ ଆସି ତ୍ରିରଙ୍ଗା ପତକାର ଚାଦର ଘୋଡାଇ ହୋଇ ଚାରିକାନ୍ଧରେ ଘରକୁ ଆସିଥିଲା । ଶହିଦ୍ ଯବାନଙ୍କ ଶେଷ ମୁହୂର୍ତ୍ତରେ ଗ୍ରାମବାସୀ ଏବଂ ସ୍ଥଳସେନାର ଯବାନ୍ “ଶହିଦ୍ ଯବାନ୍ ଔରଙ୍ଗଜେବ୍ ଅମର ରହେ” ନାରା ଦେଉଥିଲେ ।
ଏଭଳି ଏକ ଦୁଃଖଦ ସମୟରେ ମଧ୍ୟ ଔରଙ୍ଗଜେବଙ୍କ ବାପା ସମସ୍ତ ଭାରତବାସୀଙ୍କୁ କହିଥିଲେ ଯେ , ମୋ ପୁଅ ଦେଶ ପାଇଁ ଜୀବନ ଦେଲା ସତ କିନ୍ତୁ ମୃତ୍ୟୁକୁ ଡରି ପିତାମାତା ଯଦି ସେମାନଙ୍କ ପୁଅକୁ ସେନାରେ ଛାଡିବେନାହିଁ ତେବେ ଦେଶକୁ ସୁରକ୍ଷା ଦେବ କିଏ? କେବଳ ଏତିକି ନୁହଁ ଔରଙ୍ଗଜେବଙ୍କ ବାପା ସ୍ଥଳସେନାକୁ ଆହ୍ୱାନ ଦେଇ କହିଛନ୍ତି ୩୨ ଘଣ୍ଟା ମଧ୍ୟରେ ଯଦି ଏହି ଜଘନ୍ୟ ହତ୍ୟାକାଣ୍ଡର ପ୍ରତିଶୋଧ ନିଆ ନ ଯାଏ ତେବେ ସେ ନିଜେ ଏହାର ପ୍ରତିଶୋଧ ନେବା ପାଇଁ ଆଗକୁ ଆସିବେ ।