ତ୍ରିକୋଣୀୟ ପ୍ରେମରୁ ନୟାଗଡରେ ହତ୍ୟା ଘଟଣା । ସ୍ତ୍ରୀର ପ୍ରେମିକକୁ ମାଡ ମାରି ହତ୍ୟା କରିବା ପରେ ପୋଡି ଦେଇଥିଲା ଅଭିଯୁକ୍ତ

167

କନକ ବ୍ୟୁରୋ : ତ୍ରିକୋଣୀୟ ପ୍ରେମରୁ ନୟାଗଡ଼ରେ ହୋଇଥିବା ହତ୍ୟା ଘଟଣାରେ ଅତ୍ମସମର୍ପଣ କରିଛି ଅଭିଯୁକ୍ତ । ବାପାଙ୍କ ସହ ବାହାଡାଝୋଲା ଫାଣ୍ଡିରେ ଆତ୍ମସମର୍ପଣ କରିଛି ମୁଖ୍ୟ ଅଭିଯୁକ୍ତ ଦୀପୁ । ସ୍ତ୍ରୀର ପ୍ରେମିକକୁ ମାଡ଼ ମାରି ହତ୍ୟା କରିବା ପରେ ପୋଡ଼ିଦେଇଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାରେ ସ୍ତ୍ରୀ ଓ ଜଣେ ସହଯୋଗୀକୁ ପୋଲିସ ଗିରଫ କରିଥିଲା । ସେବେଠାରୁ ଫେରାର ଥିଲେ ଦୀପୁ ଓ ତାର ବାପା । ଗତ ୩ତାରିଖରେ ପ୍ରେମିକାକୁ ଭେଟିବାକୁ କଟକରୁ ନୟାଗଡ଼ର ମହୀପୁରକୁ ଆସି ନିଖୋଜ ହେଇଥିଲେ ଶୈଳେନ୍ଦ୍ର ଜେନା । ଏନେଇ ୯ତାରିଖରେ ନୂଆଗାଁ ଥାନାରେ ଅଭିଯୋଗ ହୋଇଥିଲା । ୧୨ ତାରିଖରେ ମର୍ଡର ମିଷ୍ଟ୍ରି ଉପରୁ ପରଦା ଉଠାଇଥିଲା ପୋଲିସ । ସ୍ତ୍ରୀ ଅନ୍ୟ ଜଣଙ୍କ ପ୍ରେମରେ ପଡିବା ପରେ ପ୍ରେମିକକୁ ଜୀବନରୁ ହଟାଇ ଦେଇଥିଲା ସ୍ୱାମୀ ।

 

ସୂଚନା ମୁତାବକ ନୟାଗଡ଼ର ଦୀପୁ ସାହୁ ଏବଂ ତାଙ୍କ ପତ୍ନୀ କଟକରେ ରହୁଥିବା ବେଳେ ଦୀପୁ ଦହିବରା ଦୋକାନ କରିଥିଲେ । ଏହି ସମୟ ମଧ୍ୟରେ ଦୀପୁଙ୍କ ପତ୍ନୀ ଆଉ ଜଣେ ଯୁବକ ଶୈଳନ୍ଦ୍ରଙ୍କୁ ଭଲ ପାଇବସିଥିଲେ । ଉଭୟଙ୍କ ମଧ୍ୟରେ ଥିବା ସମ୍ପର୍କ ଜାଣିବା ପରେ ଦୀପୁ ତାଙ୍କ ପତ୍ନୀଙ୍କୁ ଗାଁକୁ ନେଇ ଯାଇଥିଲେ । ହେଲେ ଗାଁରେ ରହିବି ପତ୍ନୀ ଶୈଳେନ୍ଦ୍ରଙ୍କ ସହ ଯୋଗାଯୋଗରେ ରହୁଥିଲେ । ଏକଥା ଜାଣିବା ପରେ ଶୈଳେନ୍ଦ୍ରଙ୍କୁ ରାସ୍ତାରୁ ହଟାଇ ଦେବାକୁ ଯୋଜନା କରିଥିଲା ଦୀପୁ । ଶୈଳେନ୍ଦ୍ରଙ୍କୁ ତାଙ୍କ ଗାଁ ମହୀପୁରକୁ ଆସିବାକୁ ପତ୍ନୀଙ୍କ ମୋବାଇଲରୁ ମେସେଜ କରିଥିଲା ଦୀପୁ । ଆଉ ମେସେଜ ପାଇ ଶୈଳେନ୍ଦ୍ର ଗତ ଡିସେମ୍ବର ୩ ତାରିଖରେ ନୟାଗଡ଼ ଆସିଥିଲା । ସେବେଠୁ ଆଉ ଘରକୁ ଫେରିନଥିଲେ ଶୈଳେନ୍ଦ୍ର । ନିଖୋଜ ନେଇ ଶୈଳେନ୍ଦ୍ରଙ୍କ ପରିବାର ଲୋକ ପ୍ରଥମେ କଟକ ପରେ ନୟାଗଡ଼ର ନୂଆଗାଁ ଥାନରେ ଏନେଇ ଅଭିଯୋଗ କରିଥିଲେ ।