ଏଣିକି ହାଜି ଅଲ୍ଲୀରେ ପ୍ରବେଶ କରିପାରିବେ ମହିଳା : ମୁମ୍ବାଇ ହାଇକୋର୍ଟଙ୍କ ଐତିହାସିକ ରାୟ

24

ଏଣିକି ମୁମ୍ବାଇର ପ୍ରସିଦ୍ଧ ହାଜି ଅଲ୍ଲୀରେ ପ୍ରବେଶ କରିପାରିବେ ମହିଳା । ହାଜି ଅଲିର ଗର୍ଭଗୃହ ପର୍ଯ୍ୟନ୍ତ ମହିଳାମାନେ ପ୍ରବେଶ କରିପାରିବେ ବୋଲି ଐତିହାସିକ ରାୟ ପ୍ରକାଶ କରିଛନ୍ତି ମୁମ୍ବାଇ ହାଇ କୋର୍ଟ । ହାଜି ଅଲ୍ଲୀ ଟ୍ରଷ୍ଟ ବୋର୍ଡ ଲଗାଇଥିବା ବ୍ୟାନକୁ ହଟାଇଛନ୍ତି ହାଇକୋର୍ଟ । ବିଚାରପତି ବିଏମ୍ କନାଡେ ଓ ରେବତୀ ମୋହିତ ଡେରେଙ୍କ ଗଠିତ ଖଣ୍ଡପୀଠ ଏହି ରାୟ ପ୍ରକାଶ କରିଛନ୍ତି । ୪ବର୍ଷ ପୂବରୁ ମହିଳାମାନଙ୍କୁ ଗର୍ଭଗୃହ ପର୍ଯ୍ୟନ୍ତ ଯିବାର ଅନୁମତି ଥିଲା ।

ଏବେ ପୁଣି ମହିଳାମାନଙ୍କୁ ଭିତରକୁ ଯିବାକୁ ଅନୁମତି ମିଳିଛି । ହାଇକୋର୍ଟଙ୍କ ଏହି ରାୟ ପରେ ମହିଳାମାନେ ଏଣିକି ହାଜି ଅଲ୍ଲୀର ଗର୍ଭଗୃହ ପର୍ଯ୍ୟନ୍ତ ଯାଇ ସେଠାରେ ଚାଦର ଚଢାଇ ପାରିବେ । ଜନହିତ ମାମଲାରେ ଶୁଣାଣି କରି ଏହି ରାୟ ପ୍ରକାଶ କରିଛନ୍ତି ମୁମ୍ବାଇ ହାଇକୋର୍ଟ। 

ହାଇକୋର୍ଟଙ୍କ ନିଷ୍ପତି ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବ ହାଜି ଅଲି ଟ୍ରଷ୍ଟ ବୋର୍ଡ । ଏଥିପାଇଁ ମୁମ୍ବାଇ ହାଇକୋର୍ଟଙ୍କ ହାଜି ଅଲ୍ଲୀ ବୋର୍ଟଙ୍କୁ ୬ସପ୍ତାହ ସମୟ ଦେବା ସହ ନିଜ ରାୟ ଉପରେ ରହିତାଦେଶ ଜାରି କରିଛନ୍ତି । ହାଜି ଅଲ୍ଲୀ ଗର୍ଭଗୃହକୁ ପ୍ରବେଶ କରିବା ଅନୁମତି ପାଇଁ ନୁରଜାହାନ୍ ସୋଫିୟା ୨୦୧୪ ଅଗଷ୍ଟରେ ହାଇକୋର୍ଟରେ ମାମଲା ରୁଜୁ କରିଥିଲେ ।