କେନ୍ଦୁଝର : ଜଗମୋହନପୁରରେ ଯୁବକ ଓ ଯୁବତୀଙ୍କ ମୃତ ଦେହ ଉଦ୍ଧାର

40

କେନ୍ଦୁଝର : କେନ୍ଦୁଝର ତେଲକୋଇ ଥାନା ଜଗମୋହନପୁରରେ ନୃଶଂସ ହତ୍ୟାକାଣ୍ଡ । ପୋଖରୀ କୂଳରୁ ଜଣେ ଯୁବକ ଓ ଜଣେ ଯୁବତୀର ମୃତ ଦେହ ଉଦ୍ଧାର । ଉଭୟଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ଦୁବୃର୍ତ । ଏପରିକି ଦୁବୃର୍ତମାନେ ଯୁବତୀଙ୍କର ଶରୀର ବିଭିନ୍ନ ଅଙ୍ଗକୁ କାଟି ପକାଇଥିବା ଦେଖିବାକୁ ମିଳିଛି । ମୃତ ଯୁବକ ଦୋବଲାପାଳ ଗ୍ରାମର ସରୋଜ ନାଏକ ଏବଂ ଯୁବତୀ  ଜଣକ ହେଲେ ସିଙ୍କୁଳା ବାହାଳ ଗ୍ରାମର ସସ୍ମିତା ନାଏକ। ମୃତ ଯୁବକ ଓ ଯୁବତୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବାବେଳେ ନିକଟରେ ଯୁବତୀର ବିବାହ ଅନ୍ୟତ୍ର ଠିକ୍ ହୋଇଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି । ପୁଲିସ ମୃତ ଦେହ ଜବତ କରି ତଦନ୍ତ ଜାରି ରଖିଛି।