‘ପଦ୍ମାବତୀ’ର ଘୁମର ଗୀତର ତାଳେ ତାଳେ ନାଚିଲେ ମୁଲାୟମ୍ ସିଂ ଯାଦବଙ୍କ ବୋହୂ ! ଭିଡିଓ ହେଲା ଭାଇରାଲ

42

ଘୁମର ନୃତ୍ୟ କଲେ ମୁଲାୟମ୍ ସିଂ ଯାଦବଙ୍କ ବୋହୁ ଅପର୍ଣ୍ଣା ଯାଦବ । ବିବାଦୀୟ ସିନେମା ‘ପଦ୍ମାବତୀ’ର ଘୁମର ଗୀତର ତାଳେ ତାଳେ ଅପର୍ଣ୍ଣା ନାଚୁଥିବା ଏକ ଭିଡ଼ିଓ ଏବେ ଭାଇରାଲ ହୋଇଛି । ଅପର୍ଣ୍ଣାଙ୍କର ଏହି ଭିଡ଼ିଓ ଲକ୍ଷେ୍ନøର ଏକ କାର୍ଯ୍ୟକ୍ରମରେ ରେକର୍ଡ ହୋଇଥିବା ଜଣାପଡ଼ିଛି ।

ପଦ୍ମାବତୀ ସିନେମାରେ ଦୀପିକା ଏହି ଗୀତରେ ଯେଭଳି ନୃତ୍ୟ କରିଥିଲେ ଠିକ୍ ସେଭଳି ଶୈଳୀରେ ନାଚୁଛନ୍ତି ଅପର୍ଣ୍ଣା । ସିନେମାକୁ ନେଇ ଦେଶର ବିଭିନ୍ନ ଭାଗରେ ବିରୋଧ ପ୍ରଦର୍ଶନ ହୋଇଥିବା ବେଳେ ଅପର୍ଣ୍ଣାଙ୍କର ଡ଼ାନ୍ସିଂ ଭିଡ଼ିଓ ବେଶ ଚର୍ଚ୍ଚା ସାଉଁଟିଛି ।

ଅପର୍ଣ୍ଣା ଜଣେ କ୍ଲାସିକାଲ ସିଙ୍ଗର ଭାବେ ପରିଚିତ । ଅପର୍ଣ୍ଣାଙ୍କୁ ୟୁପିର ନିର୍ବାଚନୀ ପ୍ରଚାର ସମୟରେ ଅନେକ ଥର ନୃତ୍ୟ କରିବାର ଦେଖିବାକୁ ମିଳିଥିଲା