ବିବାହ ପରେ କରନ୍ତୁ ଏହି ୫ଟି କାର୍ଯ୍ୟ ! କେବେ ହୋଇନପାରନ୍ତି ଦରିଦ୍ର

58

ସାଧାରଣତଃ ବିବାହ ପୂର୍ବରୁ ଏବଂ ପରେ ଅନେକ ପ୍ରସ୍ତୁତି କରିବାକୁ ପଡିଥାଏ । ଯେଉଁଥିରେ ଆପଣଙ୍କୁ ଏକ ସୁନ୍ଦର ଜୀବନଶୈଳୀ ମିଳିପାରିବ । ଆଉ ଏସବୁ ମଧ୍ୟରେ ସବୁଠାରୁ ବେଶୀ ଆବଶ୍ୟକତା ରହିଛି ଟଙ୍କାର । ଯଦି ଆପଣ ବିବାହ ପ୍ଲାନିଂ କରୁଛନ୍ତି ତେବେ ସର୍ବ ପ୍ରଥମେ ନିଜର ଆର୍ଥିକ ସ୍ଥିତିକୁ ଦେଖନ୍ତୁ । ଆଜି ଆମେ ଆପଣଙ୍କୁ ଏଭଳି କିଛି ଜିନିଷ ସଂପର୍କରେ ଜଣାଇବାକୁ ଯାଉଛୁ ଯାହା କି ବିବାହ ପରେ ଆପଣଙ୍କର କାମରେ ନିଶ୍ଚୟ ଆସିବ ।

ଆର୍ଥିକ ସ୍ଥିତି

ସର୍ବଦା ସ୍ୱାମୀ କିମ୍ବା ସ୍ତ୍ରୀଙ୍କ ମଧ୍ୟରେ ଆର୍ଥିକ ସ୍ଥିତି ନେଇ ଖୋଲାଖୋଲି ଆଲୋଚନା କରିବା ନିହାତି ଜରୁରୀ । କାରଣ, କୌଣସି ବି ପ୍ରକାରର ଅସ୍ପଷ୍ଟତା ଗୋଟିଏ ସଂପର୍କକୁ କ୍ଷତି ପହଂଚାଇଥାଏ । ପରସ୍ପରର ଆର୍ଥିକ ଅବସ୍ଥାର ସୂଚନା ଉଭୟଙ୍କୁ ଆଗାମୀ ଦିନରେ ଖର୍ଚ୍ଚର ପ୍ଲାନିଂ କରିବାରେ ସହାୟତା କରିଥାଏ ।

କରିଥିବା ଲୋନ ସଂପର୍କରେ ଲିଖିତ ତଥ୍ୟ ରଖନ୍ତୁ

ଅଧିକାଂଶ ଲୋକ ନିଜର ଦୁର୍ବଳ ଆର୍ଥିକ ସ୍ଥିତିକୁ ସମସ୍ତଙ୍କଠାରୁ ଲୁଚାଇବାକୁ ପସନ୍ଦ କରନ୍ତି । ଋଣରେ ବୁଡିଥିଲେ ମଧ୍ୟ ଅନ୍ୟ ଆଗରେ ନିଜକୁ ଗୋଟିଏ କୋଟିପତି ଭାବେ ପ୍ରେଜେଂଟ କରିଥାନ୍ତି । ଯାହାକି ଦୀର୍ଘ ସମୟ ଯାଏଁ ଆପଣଙ୍କର ନୂଆ ସଂପର୍କରେ ସହାୟତା କରିନଥାଏ । ପରସ୍ପରର ଫାଇନ୍ସିଆଲ ଲାଇବିଲିଟି, ଲୋନ, ଦାୟିତ୍ୱ ସହ ସ୍ୱାମୀ-ସ୍ତ୍ରୀଙ୍କୁ ବିବାହ ପରେ ଆଶ୍ଚର୍ଯ୍ୟ ଚକିତ ନହେବା ଉଚିତ । କାରଣ, ଲୋନ କିମ୍ବା ଫାଇନ୍ସିଆଲ ଲାଇବିଲିଟି କୌଣସି ଲଜ୍ଜାଜନକ କଥା ନୁହେଁ ।

ବ୍ୟାଙ୍କ ଖାତା ସଂପର୍କିତ ଆଲୋଚନା କରନ୍ତୁ

ଉଭୟଙ୍କ ମଧ୍ୟରେ ନିଜର ସମସ୍ତ ବ୍ୟାଙ୍କ ଖାତାର ବିବରଣୀ ସଂପର୍କରେ ଆଲୋଚନା କରିବା ଉଚିତ । ଏହାବ୍ୟତୀତ ଆପଣ ଆପଣଙ୍କ ଜୀବନସାଥୀଙ୍କ ପାଇଁ ବି ଗୋଟିଏ ଖାତା ଖୋଲି ପାରିବେ । ଯଦି ତାଙ୍କ ନିକଟରେ କୌଣସି ଖାତା ନାହିଁ କିମ୍ବା ଆପଣ ଏକ ଜଏଂଟ ଆକାଉଂଟକୁ ଖୋଲି ପାରିବେ । ଏହାଦ୍ୱାରା ସଂଚୟ ଏବଂ ବ୍ୟୟ ମାମଲାରେ ଉଭୟଙ୍କୁ ଆର୍ଥିକ ରୂପରେ ପରସ୍ପରଙ୍କର ସ୍ଥିତି ସଂପର୍କରେ ଜାଣିବାରେ ସହାୟତା ମିଳିବ ।

ଟଙ୍କା ନିବେଶ କରନ୍ତୁ

ଯେତେବେଳେ ଆପଣ ଏକୁଟିଆ ଥିବେ, ସେତେବେଳେ ଆପଣ ଇନଭେଷ୍ଟମେଂଟ କରିବାକୁ ଇଚ୍ଛାପ୍ରକାଶ କରୁନଥିବେ, କିମ୍ବା ଆପଣ ରିଟର୍ଣ୍ଣ-ବ୍ୟାକୱାଡ ପଲିସିଗୁଡିକରେ ଆପଣଙ୍କର ଟଙ୍କା ନିବେଶ କରିପାରିବେ । କାରଣ ବିବାହ ପରେ ଆପଣଙ୍କୁ ନିବେଶ କରିବା ମାମଲା ଅଧିକ ଯତ୍ନବାନ ହେବାକୁ ପଡିବ । ଯାହାଦ୍ୱାରା ଭବିଷ୍ୟତର ଆବଶ୍ୟକତା କିମ୍ବା ଅସୁବିଧାକୁ ସାମ୍ନା କରିବାରେ ଆପଣଙ୍କ ପାଇଁ ସହଜ ହୋଇପାରେ ।

ଅଜଥା ଟଙ୍କା ଖର୍ଚ୍ଚ କରନ୍ତୁ ନାହିଁ

ଟଙ୍କା ଏଭଳି ଏକ ଜିନିଷ ଯାହା ଆସେ କେତେବେଳେ ଆଉ ଯାଏଁ କେତେବେଳେ ତାର ହିସାବ କରିବା ବହୁତ ଜଟିଳ ହୋଇଥାଏ । ଏଥିପାଇଁ ଟଙ୍କାକୁ ସାବଧାନତାର ସହକାରେ ଖର୍ଚ୍ଚ କରିବା ଦରକାର । ଏହାଦ୍ୱାରା ଅର୍ଥର ଦୁରୁପଯୋଗରୁ ମୁକ୍ତି ମିଳିଥାଏ । ତେବେ ଆପଣ ଅଜଥା ଖର୍ଚ୍ଚରୁ ରକ୍ଷା ପାଇଁବା ପାଇଁ ପ୍ରତ୍ୟେକଟି ଖର୍ଚ୍ଚ ପାଇଁ ଏକ ବଜେଟ୍ ବି ତିଆରି କରିପାରିବେ ।