ଶହେ ବର୍ଷ ତଳେ କାହିଁକି ଛପା ହୋଇଥିଲା ଏକ ଟଙ୍କିଆ ନୋଟ । ବାଧ୍ୟବାଧକତା ନା ଆଉ କିଛି । ଜାଣନ୍ତୁ ।

109

ଏକ ଟଙ୍କିଆ ନୋଟକୁ ନେଇ ପୁଣି ଏକ ରୋଚକ ତଥ୍ୟ ସାମ୍ନାକୁ ଆସିଛି । ଶହେ ବର୍ଷ ତଳେ କାହିଁକି ଛପାଯାଇଥିଲା ଏହି ନୋଟ । ତାର କାରଣ ଜାଣିଲେ ଆପଣ ଚକିତ ହୋଇଯିବେ । ବାଧ୍ୟବାଧକତାରେ ଛପାଯାଇଥିଲା ଏହି ଟଙ୍କିକିଆ ନୋଟ । ଏକ ଟଙ୍କିଆ ନୋଟ ଛପାଇବା ପଛରେ ରହିଥିଲା ଅନେକ କାରଣ । ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ଏକ ଟଂକିଆ କଏନ ଛପାଇବା ପାଇଁ ଅକ୍ଷମତା ପ୍ରକାଶ କରିବାରୁ ବ୍ରିଟିଶ ଅଧିକାରୀମାନେ ଏକ ଟଙ୍କିଆ ନୋଟ ଛପାଇଥିଲେ । ଏହି ଘଟଣାକୁ ଶହେ ବର୍ଷ ପୂରିଗଲାଣି । ଆଜିର ଠିକ ଶହେ ଦିନ ପୂର୍ବରୁ ଭାରତରେ ଏକ ଟଙ୍କିଆ ନୋଟ ଛପାଯାଇଥିଲା ।

୩୦ ନଭେମ୍ବର ୨୦୧୭ର ଶହେ ବର୍ଷ ତଳେ ଭାରତରେ ଏହି ନୋଟର ପ୍ରଚଳନ କରାଯାଇଥିଲା । ସେତେବେଳେ ଏହି ନୋଟରେ ଜର୍ଜ ଭିଙ୍କ ଫଟୋ ଛପାଯାଇଥିଲା । ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ୱେବସାଇଟରେ ପ୍ରକାଶିତ ତଥ୍ୟ ଅନୁଯାୟୀ, ୧୯୨୬ ପର ଠାରୁ ନୋଟ ଛପାଇବା ବନ୍ଦ କରାଯାଇଥିଲା । ତାର କାରଣ ଥିଲା ଏହି ନୋଟ ଛପାଇବା ଦ୍ୱାରା ସରକାରଙ୍କ ଉପରେ ପଡୁଥିଲା ଆର୍ଥିକ ବୋଝ । ତେବେ ୧୯୪୦ରେ ପୁଣି ଥରେ ଟଙ୍କାକିଆ ନୋଟର ଶୁଭାରମ୍ଭ କରାଯାଇଥିଲା । ୧୯୯୪ରେ ଏହି ନୋଟର ପ୍ରଚଳନ ପୁଣି ବନ୍ଦ କରିଦିଆଯାଇଥିଲା । କିନ୍ତୁ ଦେଶର ଆର୍ଥିକ ବ୍ୟବସ୍ଥାକୁ ନଜରରେ ଦେଖି ଏହି ଛୋଟ ନୋଟର ପୁନଃପ୍ରଚଳନ ୨୦୧୫ରେ କରାଯାଇଥିଲା ।

କିଏ ପ୍ରଚଳନ କରିଥିଲେ ଏକ ଟଙ୍କିଆ ନୋଟ

ତେବେ ଖୁବ କମ ଲୋକ ଜାଣିଥିବେ, କିଏ ଏହି ନୋଟ ପ୍ରଚଳନ କରିଥିଲେ ? ଏହି ନୋଟର ପ୍ରଚଳନ ରିଜର୍ଭ ବ୍ୟାଙ୍କ କରିନଥିଲେ, ଏହା ଭାରତ ସରକାରଙ୍କ ଦ୍ୱାରା ପ୍ରଚଳନ କରାଯାଇଥିଲା । ପ୍ରତ୍ୟୋକ ନୋଟରେ ଆରବିଆଇ ଗଭର୍ଣ୍ଣରଙ୍କ ଦସ୍ତଖତ ରହିଥିବା ବେଳେ ଟଙ୍କାକିଆ ନୋଟରେ ଅର୍ଥ ସଚିବଙ୍କ ଦସ୍ତଖତ ରହିଥିଲା । ସବୁ ନୋଟ ପରି ଏକ ଟଙ୍କିଆ ନୋଟରେ “ ଏହା ଏକ ଟଙ୍କାର ମୂଲ୍ୟ ଅଟେ “ ଲେଖାନଥିଲା । ଯାହା ଭାରତର ପ୍ରଚଳିତ ସବୁ ନୋଟରେ ଲେଖାଯାଇଥାଏ ।

ପ୍ରଥମ ନୋଟରେ କାହାର ଦସ୍ତଖତ ଥିଲା :

ପ୍ରଥମ ନୋଟରେ ସେତେବେଳର ତିନିଜଣ ବ୍ରିଟିଶ ଅର୍ଥ ସଚିବଙ୍କର ସ୍ୱାକ୍ଷର ରହିଥିଲା । ସେମାନେ ହେଲେ, ଏମଏମଏସ ଗାବି, ଏସି, ମାକ୍ୟୁଆର ଓ ଏଚ.ଡେନିଙ୍ଗ । ଏପରିକି ଦେଶ ସ୍ୱାଧୀନତା ପରେ ସେହି ବ୍ରିଟିଶ ଅର୍ଥ ସଚିବଙ୍କ ଦସ୍ତଖତ ଥିବା ଏକ ଟଙ୍କିଆ ନୋଟ ପ୍ରଚଳିତ ହୋଇଥିଲା ।

କାହିଁକି ଛପାହୋଇଥିଲା ଏକ ଟଙ୍କିଆ ନୋଟ :

ମୁମ୍ବାଇର ବରିଷ୍ଠ କଲେକ୍ଟର ଗିରିଶ ବୀରାଙ୍କ କହିବାନୁସାରେ ଟଙ୍କା ଦେଣନେଣରେ ସବୁଠାରୁ ଲୋକପ୍ରିୟ ମାଧ୍ୟମ ଥିଲା ଏକ ଟଙ୍କିଆ କଏନ ଯାହା ଏକ ଟଙ୍କିଆ ନୋଟକୁ ହଟାଇଦେଇଥିଲା । କିନ୍ତୁ ପ୍ରଥମ ବିଶ୍ୱ ଯୁଦ୍ଧ ସମୟରେ ସିଲଭରର ମୂଲ୍ୟ ବଢିଯାଇଥିଲା । ତେଣୁ ଇଂରେଜମାନେ ବାଧ୍ୟ ହୋଇ ଏକ ଟଙ୍କିଆ କଏନ ବଦଳରେ ଏକ ଟଙ୍କିଆ ନୋଟ ଛପାଇଥିଲେ ।

୧୯୪୯ରେ ଭାରତୀୟ ନୋଟରୁ ହଟିଥିଲେ ଜର୍ଜ ଭି :

୧୯୪୯ ମସିହାରେ ଏକ ଟଙ୍କିଆ ନୋଟରେ ବଡ ପରିବର୍ତନ କରାଯାଇଥିଲା । ଏହା ପରେ ଦେଶ ସ୍ୱାଧୀନତାର ଦୁଇ ବର୍ଷ ଅର୍ଥାତ ୧୯୪୯ରେ ବ୍ରିଟିଶ ପ୍ରଚଳିତ ଏକ ଟଙ୍କିଆ ନୋଟରୁ ବ୍ରିଟିଶ ସ୍ୱିମ୍ବଲ ହଟାଇ ଦିଆଯାଇଥିଲା ଏବଂ ଭାରତର ନୂଆ ଗଣତନ୍ତ୍ରର ସିମ୍ବଲ ବ୍ୟବହାର କରାଯାଇଥିଲା । ୨୦୧୬ରେ ପୁଣି ଏକ ଟଙ୍କିଆ ନୋଟ ନୂଆ ରୂପରେ ଆସିଛି ।