ଜେଲର କାଳ କୋଠରୀରେ ବାହୁବଳୀ ମୁଖତାର ଅନସାରୀ, ୧୦ ବର୍ଷ ଜେଲଦଣ୍ଡ ସହ ୫ଲକ୍ଷ ଟଙ୍କା ଜରିମାନା

906

କନକ ବ୍ୟୁରୋ : ଗ୍ୟାଙ୍ଗଷ୍ଟର ମାମଲାରେ ବାହୁବଳୀ ମୁଖତାର ଅନସାରୀଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି । ଏହି ମାମଲାରେ କୋର୍ଟ ଅନସାରୀକୁ ୧୦ ବର୍ଷ ଜେଲଦଣ୍ଡ ସହ ୫ଲକ୍ଷ ଟଙ୍କା ଜରିମାନା କରିଛନ୍ତି । ଏହାସହ ମୁଖତାରର ଭାଇ ତଥା ବିଏସପି ସାଂସଦ ଅଫଜାଲ ଅନସାରୀ ମାମଲାରେ କୋର୍ଟଙ୍କ ରାୟ ଆସିନାହିଁ ।

ଉତ୍ତର ପ୍ରଦେଶରେ ବହୁ ଚର୍ଚ୍ଚିତ କୃଷ୍ଣାନନ୍ଦ ରାୟ ହତ୍ୟାକାଣ୍ଡ ଓ ବ୍ୟବସାୟୀ ନନ୍ଦକିଶୋର ରୁଙ୍ଗଟା ଅପହରଣ ମାମଲା ପରେ ମୁଖତାର ଓ ଅଫଜାଲ ଉପରେ ଗ୍ୟାଙ୍ଗଷ୍ଟର ଆଇନ ଆଧାରରେ ମାମଲା ରୁଜୁ କରାଯାଇଥିଲା । ଏହି ମାମଲାରେ ୨୦୦୭ ମସିହାରେ ଗ୍ୟାଙ୍ଗଷ୍ଟର ଆଇନ ବଳରେ ମୁଖତାର, ଅଫଜାଲ, ଭିଣୋଇ ଏଜାଜୁଲ ହକ୍ ଉପରେ ମାମଲା ରୁଜୁ ହୋଇଥିଲା । ଏଜାଜୁଲ ହକର ଦେହାନ୍ତ ହୋଇସାରିଛି । ଏହି ମାମଲାରେ ଏପ୍ରିଲ ୧ ତାରିଖରେ ଶୁଣାଣି ଶେଷ ହୋଇଥିଲା । ଦଣ୍ଡବିଧାନ ଏପ୍ରିଲ ୧୫ ତାରିଖରେ ହେବାକୁ ଥିଲା । ମାତ୍ର କୋର୍ଟ ଦଣ୍ଡାଦେଶ ତାରିଖକୁ ୨୯ ଏପ୍ରିଲକୁ ବୃଦ୍ଧି କରିଥିଲେ ।