ଜନସଂଖ୍ୟା ବିସ୍ଫୋରଣକୁ ନେଇ ଏଭଳି ବୟାନ ଦେଲେ ବିଜେପି ନେତା, କହିଲେ ଏହା ଧର୍ମର ନୁହେଁ ବରଂ ଦେଶର ସମସ୍ୟା

148

କନକ ବ୍ୟୁରୋ : ଦେଶର ବଢୁଥିବା ଜନସଂଖ୍ୟାକୁ ନେଇ ମତ ରଖିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ମୁକତାର ଅବାସ ନକଭି । ସେ କହିଛନ୍ତି କି ଜନସଂଖ୍ୟା ବିସ୍ଫୋରଣ ସହିତ କୌଣସି ଧର୍ମକୁ ଯୋଡିବା ଉଚିତ୍ ନୁହେଁ କାରଣ ବଢୁଥିବା ଜନସଂଖ୍ୟା କୌଣସି ଧର୍ମ ପାଇଁ ନୁହେଁ ବରଂ ସାରା ଦେଶ ପାଇଁ ଏକ ପ୍ରମୁଖ ସମସ୍ୟା । କହିରଖୁ କି ସୋମବାର ଦିନ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଥିଲେ କି ଏଭଳି ହେବା ଉଚିତ ନୁହେଁ କି ବଢୁଥିବା ଜନସଂଖ୍ୟାରେ ଏକ ନିର୍ଦ୍ଦିଷ୍ଟ ସମୁଦାୟର ପ୍ରତିଶତ ବୃଦ୍ଧି ପାଇବ ଓ ଆମେ କେବଳ ଦେଶର ମୂଳନିବାସୀଙ୍କୁ ଜନସଂଖ୍ୟା ରୋକିବାକୁ ଜାଗ୍ରତ କରାଇବା ।

ଏହାର ପ୍ରତି ଉତ୍ତରରେ ପୂର୍ବ କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ମୁକତାର ଅବାସ ନକଭୀ ଏକ ଟ୍ୱିଟ କରିଛନ୍ତି । ଏଥିରେ ସେ ଲେଖିଛନ୍ତି କି ଜନସଂଖ୍ୟା ବିସ୍ଫୋରଣ କୌଣସି ଧର୍ମ ପାଇଁ ସମସ୍ୟା ନୁହେଁ ବରଂ ଏହା ସାରାଦେଶ ପାଇଁ ସମସ୍ୟା । ଜନସଂଖ୍ୟା ବୃଦ୍ଧିକୁ କୌଣସି ଧର୍ମ ସହିତ ଯୋଡିବା ଉଚିତ ନୁହେଁ ବୋଲି ସେ କହିଛନ୍ତି ।

 

ବିଶ୍ୱ ଜନସଂଖ୍ୟା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଥିଲେ କି ଜନସଂଖ୍ୟା ନିୟନ୍ତ୍ରଈ କାର୍ୟ୍ୟକ୍ରମ ସଫଳତାର ସହ ଚାଲିବା ଦରକାର, ହେଲେ ଏହା ଜନସଂଖ୍ୟା ଅସନ୍ତୁଳନ ସ୍ଥିତି ଯେଭଳି ସୃଷ୍ଟି ନହେବ ତାହା ଉପରେ ବି ନଜର ରଖିବା ଦରକାର । ସେପଟେ କେନ୍ଦ୍ରମନ୍ତ୍ରୀ ତଥା ବେଗୁସରାଇ ସାଂସଦ ଗିରିରାଜ ସିଂ କହିଛନ୍ତି କି ଦେଶର ସବୁଧର୍ମର ଲୋକଙ୍କ ପାଇଁ ସମାନ ଆଇନ ପ୍ରଣୟନ ହେବା ଆବଶ୍ୟକ ।