ହୀରା ହାର ଚୋରି କରୁଛି ମୂଷା । ସିସିଟିଭିରେ କଏଦ ହେଲା ଦୃଶ୍ୟ

237

କନକ ବ୍ୟୁରୋ : ହୀରା ହାର ଚୋରି କରୁଛି ମୂଷା । ଆମେ ଦେଖିଛୁ ଧାନ, ସଉଦା ସାମଗ୍ରୀ ଖାଇ ଦେବା କିମ୍ବା ଆସବାପତ୍ର, କପଡା ମୂଷା କଣା କରିଦେବାର । କିନ୍ତୁ ଏବେ ସୋଶିଆଲ ମିଡିଆରେ ଏବେ ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ପ୍ରକାଶ କରିବେ । ଆପଣ ଦେଖନ୍ତୁ ଏହି ଭିଜୁଆଲକୁ କିଭଳି ଗହଣା ଚୋରି କରୁଛି ମୂଷା । ଅତି ଚତୁରତାର ସହିତ ହୀରା ହାର ଚୋରି କରିବାରେ ସଫଳ ହେଉଛି ଏହି ମୂଷାଟି । ମୂଷାଟି ପାଟିରେ ହାରଟିକୁ କାମୁଡୁଛି ଆଉ ତାପରେ ଟାଣି ନେଇ ଯାଉଛି । ଏହି ଭିଡିଓ ଏବେ ସୋଶିଆଲ ମିଡିଆରେ ଜୋରଦାର ଭାଇରାଲ ହେଉଛି ।

ଯାହା ଗହଣା ଦୋକାନର ସିସିଟିଭି ଫୁଟେଜରୁ ଜଣାପଡିଛି । ଗହଣା ଦୋକାନରେ ହୀରା ହାରକୁ ପ୍ରଦର୍ଶିତ କରିବାକୁ ରଖାଯାଇଛି । ସୋଶିଆଲ ମିଡିଆରେ ଏବେ ଏହାକୁ ନେଇ ବିଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇଛି । କିଛି ସୋଶିଆଲ ମିଡିଆ ୟୁଜର ପ୍ରତିକ୍ରିୟା ରଖି ଲେଖିଛନ୍ତି, କାହା ପାଇଁ ଏହି ମୂଷା ହୀରା ହାରଟି ନେଇଛି ତାହା ଖୋଜିବା ଆବଶ୍ୟକ ରହିଛି । ଆଉ ଜଣେ ୟୁଜପ ଏହାର ଉତରରେ ଲେଖିଛନ୍ତି ଯେ ନିଶ୍ଚିତ ମୂଷାଟି ତାର ପତ୍ନୀ ପାଇଁ ନେଇଥିବ । ସେହିପରି ଆଉ କିଛି ଲେଖିଛନ୍ତି, ଆଗକୁ ଭାଲେଂଟାଇନ ଡେ ତେଣୁ ସେଥିପାଇଁ ହୁଏତ ମୂଷାଟି ଏପରି ହାର ଚୋରି କରିଛି । ଏହି ୩୦ ସେକେଣ୍ଡର ଭିଡିଓ କ୍ଲିପକୁ ନେଇ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ପ୍ରକାଶ ପାଇଛି । ଟ୍ୱିଟରରେ ସେୟାର ହେବା ପରଠାରୁ ଏହି କ୍ଲିପକୁ ଲକ୍ଷ ଲକ୍ଷ ଥର ଲୋକେ ଦେଖିସାରିଲେଣି । ତେବେ ଏହା କେଉଁ ଗହଣା ଦୋକାନର ସିସିଟିଭି ଫୁଟେଜ ଜଣାପଡି ନାହିଁ ।