ବକ୍ସ ଅଫିସରେ ଜମୁଛି ‘ଅତରଙ୍ଗୀ ରେ’ । ସାରାଙ୍କ ଅଭିନୟ ଦେଖି କାନ୍ଦିଲେ ମା’ ।

200

କନକ ବ୍ୟୁରୋ: ବଲିଉଡ ଅଭିନେତ୍ରୀ ସାରା ଅଲ୍ଲୀ ଖାନଙ୍କ ଅଭିନୀତ ‘ଅତରଙ୍ଗୀ ରେ’ ଫିଲ୍ମକୁ ଦର୍ଶକେ ପ୍ରଶଂସା କରିଛନ୍ତି । ଏଥିରେ ସାରାଙ୍କ ଅଭିନୟକୁ ସମସ୍ତେ ବେଶ୍ ପ୍ରଶଂସା କରୁଛନ୍ତି ଏଥିରେ ସାରା ଅକ୍ଷୟ କୁମାର ଓ ଦକ୍ଷିଣ ସୁପରଷ୍ଟାର ଧନୁଷଙ୍କ ସହିତ କାମ କରିଛନ୍ତି ।

ସାରାଙ୍କ ବାପା ସୈଫ୍ ଅଲ୍ଲି ଖାନ୍ ଓ ଭାଇ ଇବ୍ରାହିମ୍ ଖାନ୍ ଓ ମା’ ଅମ୍ରିତା ସିଂହ ମଧ୍ୟ ସାରାଙ୍କ ଅଭିନୟକୁ ଖୁବ୍ ପ୍ରଶଂସା କରିଛନ୍ତି । ନିକଟରେ ଗଣମାଧ୍ୟମରେ ଏକ ସାକ୍ଷାତକାର ଦେବା ବେଳେ ସାରା କହିଛନ୍ତି ଯେ, ତାଙ୍କ ମା’ ଅତରଙ୍ଗୀରେ ତାଙ୍କ ଅଭିନୟକୁ ଦେଖି କାନ୍ଦି ପକାଇଥିଲେ । ଏହି ମୁଭି ଓଟିଟି ପ୍ଲାଟଫର୍ମରେ ଡିସେମ୍ବର୨୪ ତାରିଖରେ ରିଲିଜ ହୋଇଛି । ଏଥିରେ ସାରା ବିହାରର ଝିଅ ରିଙ୍କୁ ଭୂମିକାରେ ଅଭିନୟ କରିଛନ୍ତି । ଅଧିକାଂଶ ସମୟରେ ଇଂରାଜୀରେ କା ହେଉଥିବା ସାରା ଏହି ମୁଭିରେ ବିହାରୀ ଭାଷାରେ ବେଶ ଭଲ ଭାବରେ କଥା ହେଉଥିବାର ଦେଖାଯାଇଛି । ଅଭିନୟ ସହିତ ଫିଲ୍ମରେ ସାରାଙ୍କ ଡାନ୍ସ ଶୈଳୀକୁ ମଧ୍ୟ ବେଶ ପ୍ରଶଂସା କରିଛନ୍ତି ।