ବୋମା ଭୟ ପରେ ବିମାନର ଜରୁରୀ ଅବତରଣ : ରାସ୍ତା ବଦଳାଇ ଗୁଜରାଟ ଜାମନଗରରେ ଓହ୍ଲାଇଲା ବିମାନ, ସମସ୍ତ ଯାତ୍ରୀ ସୁରକ୍ଷିତ

93

କନକ ବ୍ୟୁରୋ : ରୁଷ୍ ରାଜଧାନୀ ମସ୍କୋକୁ ଗୋଆକୁ ଆସୁଥିବା ଏକ ବିମାନରେ ବୋମା ଭୟ । ବିମାନରେ ବୋମା ଥିବା ଖବର ପରେ ଯାତ୍ରୀଙ୍କ ମଧ୍ୟରେ ଭୟ ଖେଳିଯାଇଥିଲା । ଏହାପରେ ବିମାନର ଜରୁରୀ ଅବତରଣ କରାଯାଇଥିଲା । ଗୁଜରାଟର ଜାମନଗର ବିମାନବନ୍ଦରରେ ବିମାନକୁ ଜରୁରୀକାଳୀନ ଅବତରଣ କରାଯାଇଥିଲା । ବିମାନରେ ଅଧିକାଂଶ ଯାତ୍ରୀ ବିଦେଶୀ ଥିଲେ ବୋଲି ଜଣାପଡ଼ିଛି । ଏହାପରେ ବିମାନର ତନ୍ନ ତନ୍ନ ଯାଞ୍ଚ କରାଯାଇଥିଲା ।

ବିମାନରେ ୨୩୬ ଜଣ ଯାତ୍ରୀ ଓ ୮ ଜଣ କର୍ମଚାରୀ ଥିଲେ । ବିମାନଟି ଗୋଆର ଡାବୋଲିମ ବିମାନବନ୍ଦରରେ ଓହ୍ଲାଇବାର ଥିଲା । ତେବେ ବୋମା ଭୟ ପରେ ଏହାର ଗତିପଥ ବଦଳାଯାଇଥିଲା ଓ ଏହା ଜାମନଗର ବିମାନବନ୍ଦରରେ ଅବତରଣ କରିଥିଲା । ସବୁ ଯାତ୍ରୀ ଓ ବିମାନ କର୍ମଚାରୀ ସୁରକ୍ଷିତ ଅଛନ୍ତି । ରୁଷ୍ ଦୂତାବାସ ପକ୍ଷରୁ ମଧ୍ୟ ପ୍ରତିକ୍ରିୟା ରଖାଯାଇଛି । ରୁଷ୍ ଦୂତାବାସ କହିଛି ଯେ, ଭାରତୀୟ ଅଧିକାରୀମାନେ ଯୋଗାଯୋଗ କରି ବିମାନରେ ବୋମା ଭୟ ଥିବା କଥା ଓ ଜରୁରୀ ଅବତରଣ ବିଷୟରେ ଜଣାଇଥିଲେ ।