ନୂଆ ବର୍ଷ ପୂର୍ବରୁ ମୋଦୀ ସରକାରଙ୍କ ଉପହାର । ଡିସେମ୍ବର ୨୦୨୩ ପର୍ଯ୍ୟନ୍ତ ମିଳିବ ମାଗଣା ରାସନ

362

କନକ ବ୍ୟୁରୋ : ଏବେ ଲୋକମାନେ ଡିସେମ୍ବର ୨୦୨୩ ପର୍ଯ୍ୟନ୍ତ ମାଗଣାରେ ରାସନ ପାଇବେ । ଶୁକ୍ରବାର ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟରେ ଏହି ନିଷ୍ପତି ନେଇଛନ୍ତି ସରକାର । କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ କହିଛନ୍ତି ଯେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ ୮୦ କୋଟି ଲୋକ ଏବେ ମାଗଣା ଖାଦ୍ୟ ଶସ୍ୟ ପାଇବେ । ଗୋୟଲ ଆହୁରି ମଧ୍ୟ କହିଛନ୍ତି ଯେ ଡିସେମ୍ବର ୨୦୨୩ ପର୍ଯ୍ୟନ୍ତ ଲୋକଙ୍କୁ ଖାଦ୍ୟ ଶସ୍ୟ ପାଇବା ପାଇଁ ଗୋଟିଏ ଟଙ୍କା ମଧ୍ୟ ଦେବାକୁ ପଡିବ ନାହିଁ । ତାଙ୍କ କହିବାନୁସାରେ, ସରକାର ଏଥିପାଇଁ ବାର୍ଷିକ ପ୍ରାୟ ଦୁଇ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବେ ।

ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ଅନୁଯାୟୀ, ସରକାର ଏବେ ପ୍ରତି ମାସରେ ଜଣଙ୍କ ପିଛା ୫ କିଲୋଗ୍ରାମ ଖାଦ୍ୟ ଶସ୍ୟ ଯୋଗାଉଛନ୍ତି । କେନ୍ଦ୍ର ସରକାର ଅନ୍ତୋଦୟ ଅନ୍ନ ଯୋଜନା ଅଧୀନରେ ଥିବା ପରିବାରଗୁଡିକ ପ୍ରତି ମାସରେ ୩୫ କିଲୋଗ୍ରାମ ଖାଦ୍ୟ ଶସ୍ୟ ପାଆନ୍ତି । ସେପ୍ଟେମ୍ବରରେ ମୋଦୀ ସରକାର ଏହି ଯୋଜନାଗୁଡ଼ିକୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ଆଉ ତିନିମାସ ପାଇଁ ବୃଦ୍ଧି କରିଥିଲେ । ଏହି ଯୋଜନା ଏପ୍ରିଲ୍ ୨୦୨୦ ରେ ଆରମ୍ଭ କରାଯାଇଥିଲା । କୋଭିଡ ଅବଧି ସମୟରେ ଏହି ଯୋଜନା ଜରିଆରେ କେନ୍ଦ୍ର ସରକାର ଗରିବ ଲୋକଙ୍କ ନିକଟରେ ଖାଦ୍ୟ ପହଂଚାଇବାକୁ ସୁନିଶ୍ଟିତ କରିଥିଲେ ।