ଟ୍ରାଫିକ ନିୟମ ଉଲ୍ଲଘଂନ : ଟ୍ୱିନସିଟିରେ ୩ ବର୍ଷରେ କଟା ହୋଇଛି ୫୦ କୋଟିରୁ ଅଧିକ ଜରିମାନା । 

53

କନକ ବ୍ୟୁରୋ : ଦିନକୁ ଦିନ ଟ୍ରାଫିକ ନିୟମ ଊଲ୍ଲଂଘନ ଘଟଣା ବଢି ଚାଲିଥିବା ବେଳେ ଜରିମାନା ଆଦାୟର ପରିମାଣ ମଧ୍ୟ ବଢିଛି । ଗତ ୩ ବର୍ଷ ମଧ୍ୟରେ ଟ୍ୱିନ୍ ସିଟି ଭୁବନେଶ୍ୱର ଓ କଟକରେ ଟ୍ରାଫିକ ନିୟମ ଉଲ୍ଲଂଘନ ମାମଲାରେ ୫୦ କୋଟିରୁ ଅଧିକ ଟଙ୍କାର ଚାଲାଣ ଜରିମାନା ବାବଦରେ କଟାଯାଇଛି । ଏନେଇ ଗୃହରେ ଉତ୍ତର ରଖିଛନ୍ତି ବିଭାଗୀୟ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର । ବିଧାୟକ ସୌଭିକ ବିଶ୍ୱାଳଙ୍କ ପ୍ରଶ୍ନର ଉତ୍ତରରେ ଏହି ତଥ୍ୟ ଦେଇଛନ୍ତି ମନ୍ତ୍ରୀ । ତେବେ ଆଦାୟ ହେଉଥିବା ଅର୍ଥରେ ଟ୍ରାଫିକ ପୋଷ୍ଟର ଉନ୍ନତିକରଣ ସହ ଅଜଣା ଗାଡି ଧକ୍କାରେ ଆହତଙ୍କ ଚିକିତ୍ସା ପାଇଁ କୌଣସି ପ୍ରସ୍ତାବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି ।

ଟ୍ରାଫିକ ନିୟମ ଉଲ୍ଲଂଘନ କରୁଥିବା ଅମାନିଆଙ୍କ ପାଇଁ ଏବେ କଟକଣାକୁ ଆହୁରି କଡାକଡି କରାଯାଇଛି । ନୂଆ ମୋଟରଯାନ ଆଇନରେ ଏଥିପାଇଁ ଅଧିକ ଟଙ୍କାର ଜରିମାନା ବ୍ୟବସ୍ଥା କରାଯାଇଛି । ତଥାପି କିଛି ଅମାନିଆ ଏବେ ବି ଟ୍ରାଫିକ ନିୟମର ଖୋଲାଖୋଲି ଉଲ୍ଲଂଘନ କରୁଥିବାର ଦେଖିବାକୁ ମିଳୁଛି । ଯେଉଁମାନଙ୍କୁ ସାବାଡ କରିବାକୁ ଏବେ ଛକ ଛକରେ ଜଗୁଛନ୍ତି ଟ୍ରାଫିକ ଅଧିକାରୀ । ମୋବାଇଲରେ ଗପିବା ହେଉ, ବିନା ହେଲମେଟରେ ଗାଡି ଚଳାଇବା ଏବଂ ଟ୍ରିପଲ ରାଇଡିଂ ପାଇଁ ମୋଟା ଅଙ୍କର ଜରିମାନା ଆଦାୟ ହେଉଛି ।