ରଜ ପରେ ହେବ ରାଜ୍ୟରେ ମୌସୁମୀ ବର୍ଷା ! ସେପଟେ ଆଜିଠାରୁ ୮ ଯାଏଁ ହୋଇପାରେ ବର୍ଷା ତିନି ଦିନ ପରେ ପୁଣି ଲେଉଟିଲା ତାତି ନ୍ୟୁଜ୍ By Kanak News Bureau On Jun 6, 2019 - 7:12 AM Last updated Jun 6, 2019 - 7:14 AM 322 Share କନକ ବ୍ୟୁରୋ : ତିନି ଦିନ ପରେ ପୁଣି ଲେଉଟିଲା ତାତି। ପଶ୍ଚିମ ଓ କେନ୍ଦ୍ରୀୟ ଓଡ଼ିଶାରେ ପ୍ରଚଣ୍ଡ ତାତି ଅନୁଭୂତ ହୋଇଛି। ଗତକାଲି ରାଜ୍ୟର ୩ଟି ସହରର ତାପମାତ୍ରା ୪୦ ଡିଗ୍ରି ଡେଇଁଛି। ଟିଟିଲାଗଡ଼କୁ ପଛରେ ପକାଇ ଝାରସୁଗୁଡ଼ା ରାଜ୍ୟର ସର୍ବୋଚ୍ଚ ଉତ୍ତପ୍ତ ସହରରେ ପରିଣତ ହୋଇଛି। ଏଠାରେ ତାପାମତ୍ରା ୪୫.୨ ଡିଗ୍ରି ରହିଥିଲା। ତେବେ ଆସନ୍ତା ୭୨ ଘଣ୍ଟା ପର୍ଯ୍ୟନ୍ତ ତାତି କମ୍ ରହିବାର ସମ୍ଭାବନା ରହିଛି। ବଙ୍ଗୋପସାଗର ଉପରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ୮ ତାରିଖ ଯାଏ ଉତ୍ତର, ଉପକୂଳ ଓ ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ଯେଉଁଥିପାଇଁ ତାପମାତ୍ରା ସାମାନ୍ୟ କମିବ। ଅଧିକାଂଶ ସ୍ଥାନରେ ପାରଦ ୪୦ ଡିଗ୍ରି ତଳକୁ ଖସିଆସିବ।ଗତକାଲି ରାତିରେ ଖୋର୍ଧା, ପୁରୀ, କଟକ, ନୟାଗଡ଼ ପ୍ରଭୃତି ଜିଲ୍ଲାରେ କାଳବୈଶାଖୀ ବର୍ଷା ହୋଇଛି । ଝଡ଼ବର୍ଷା ସହ କେତେକ ସ୍ଥାନରେ ବଜ୍ରପାତ ହୋଇଥିବା ଖବର ମିଳିଛି। Kanak News is now on WhatsApp Join and get latest news updates delivered to you via WhatsApp Join Now ଅନ୍ୟପକ୍ଷରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରବାହକୁ ନେଇ ଭାରତୀୟ ପାଣିପାଗ ବିଭାଗ କହିଛି ଯେ ୪୮ ଘଣ୍ଟା ମଧ୍ୟରେ ମୌସୁମୀ ବାୟୁ କେରଳ ଛୁଇଁବାର ସମ୍ଭାବନା ରହିଛି। ଯଦି ୭ ତାରିଖ ଦିନ ମୌସୁମୀ କେରଳ ଛୁଇଁବ ତେବେ ରଜ ପରେ ଓଡ଼ିଶାରେ ମୌସୁମୀ ବର୍ଷା ହେବାର ସମ୍ଭାବନା ରହିଛି। ତେଣୁ ୮ରୁ ୧୭ ତାରିଖ ଯାଏ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ପୂର୍ବାନୁମାନ କରାଯାଇଛି। ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ ହେଉଛି ରଜ ପରେ ଓଡ଼ିଶା ଛୁଇଁବ ମୌସୁମୀ। ଅବଶ୍ୟ ୬ରୁ ୮ ତାରିଖ ମଧ୍ୟରେ ଓଡ଼ିଶାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ। ତେବେ ଏହା ପ୍ରାକ୍ ମୌସୁମୀ ବର୍ଷା ନୁହେଁ। ୬ ତାରିଖରେ କେରଳ ମୌସୁମୀ ଛୁଇଁବାର ସମ୍ଭାବନା ରହିଛି। ଏହାଦ୍ବାରା ଆରବ ସାଗର ଶାଖାରେ ମୌସୁମୀ ବାୟୁ ସକ୍ରିୟ ହେବ। ଫଳରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ତାମିଲନାଡ଼ୁ, କର୍ଣ୍ଣାଟକ ସମେତ ଉପକୂଳ ମହାରାଷ୍ଟ୍ର ଅର୍ଥାତ୍ ଜୁନ୍ ୧୦ ସୁଦ୍ଧା ମୁମ୍ବାଇ ଛୁଇଁବ। ତେବେ ଏହାପରେ ଗୋଟିଏ ସପ୍ତାହ ଲାଗି ମୌସୁମୀ ସ୍ଥିର ରହିବ। ଆଗରୁ ଭୁବନେଶ୍ବର ଓ ମୁମ୍ବାଇ ସହରରେ ମୌସୁମୀ ଏକ ସମୟରେ ପ୍ରବେଶ କରିଥାଏ। ତେବେ ଏଥର ଭୁବନେଶ୍ବର ବହୁ ପଛରେ ରହିବ ବୋଲି ସେ କହିଛନ୍ତି। ଆହୁରି ଆକଳନ କରିଛନ୍ତି ଯେ ଆସନ୍ତା ୬ ଓ ୭ରେ ଆକାଶ ମେଘାଚ୍ଛନ୍ନ ରହିବା ସହ ବର୍ଷା ହେବ। ଉତ୍ତର ଓ ଦକ୍ଷିଣ କେନ୍ଦ୍ରୀୟ ଓଡ଼ିଶାରେ କମ୍ରୁ ମଧ୍ୟମ ଧରଣର ବର୍ଷା ହେବ। ଏହାପରେ ରଜ ପର୍ଯ୍ୟନ୍ତ ଶୁଖିଲା ପାଗ ଲାଗିରହିବ। ୧୨ ତାରିଖ ଯାଏ ଉପକୂଳ ଓଡ଼ିଶାରେ ବର୍ତମାନର ସ୍ଥିତି ଲାଗିରହିବ। ଏହାପରେ ୧୩ ତାରିଖରୁ କିନ୍ତୁ ତାପମାତ୍ରା ବଢ଼ିବ। ଉତ୍ତର ପଶ୍ଚିମ ଓ ଉତ୍ତର ଆଡ଼ୁ ପବନ ବୋହିବା ହେତୁ ଭୁବନେଶ୍ବର ତାପମାତ୍ରା ୪୩ ଡିଗ୍ରି ଛୁଇଁପାରେ। ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ୧୦ ତାରିଖ ପରେ ତାପମାତ୍ରା ୪୬ ଡିଗ୍ରି ଛୁଇଁବାର ସମ୍ଭାବନା ରହିଛି। ଚାଷୀମାନଙ୍କୁ ମୌସୁମୀ ବର୍ଷା ଲାଗି ଜୁନ୍ ତୃ୍ତୀୟ ସପ୍ତାହ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ ବୋଲି ସେ କହିଛନ୍ତି। 322 Share FacebookTwitterGoogle+WhatsAppTelegramEmailPrint