ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ । କହିଲେ, ୨୦୦୪ରୁ ୨୦୧୪ ଘୋଟାଲାର ଦଶନ୍ଧି

316

କନକ ବ୍ୟୁରୋ : ସଂସଦରେ କଂଗ୍ରେସ ଓ ବିରୋଧୀ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବୁଧବାରଦିନ ଦୀର୍ଘ ସମୟ ଧରି ପାର୍ଲାମେଂଟରେ ନିଜର ଅଭିଭାଷଣ ରଖିଥିଲେ ପ୍ରଧାନମନ୍ତ୍ରୀ । ମୋଦି କହିଛନ୍ତି, ଆଜି ପୂରା ଦେଶରେ ପଜିଟିଭିଟି, ଆଶା ଓ ଭରସା ରହିଛି । କିନ୍ତୁ କିଛି ଲୋକେ ଦେଶର ପ୍ରଗତିକୁ ଗ୍ରହଣ କରିପାରୁ ନାହାନ୍ତି । ଜନତା ଏବେ ବିରୋଧୀଙ୍କ କଥାକୁ ଭରସା କରୁନାହାନ୍ତି । ସ୍ୱାଧୀନତା ପରେ ଅର୍ଥାତ୍ ୨୦୦୪ରୁ ୨୦୧୪ ଯାଏଁ ଦେଶ ସବୁଠାରୁ ଅଧିକ ଦୁର୍ନୀତି ଦେଖିଛି । ଅହଂକାରରେ ବୁଡୁଥିବା ଲୋକେ ମୋଦିଙ୍କୁ ଗାଳି ଦେଉଛନ୍ତି । ଇଡି ସତ ବାହାର କରିବା ପରେ ବିରୋଧୀ ଏକାଠି ହୋଇଛନ୍ତି । ବିରୋଧୀଙ୍କ ଗାଳିକୁ ଲୋକେ ଗ୍ରହଣ କରିବେ ନାହିଁ । ପ୍ରଧାନମନ୍ତ୍ରୀଙ୍କ ଭାଷଣ ପରେ ପରେ ରାହୁଲ ଗାନ୍ଧି ପ୍ରତିକ୍ରିୟା ଦେଇ କହିଛନ୍ତି , ମୋଦି ନିଜ ଭାଷଣରେ କାହିଁକି ଆଦାନୀ କଥା ଉଠାଇଲେନି । ଏବେ ବି କେନ୍ଦ୍ର ଆଦାନୀ ପ୍ରସଙ୍ଗରେ ଯୁଗ୍ମ ସଂସଦୀୟ କମିଟି ଗଠନ କରୁ ବୋଲି ଦାବି କରିଛନ୍ତି ରାହୁଲ ।